www.samajalive.in
Monday, December 15, 2025
24.1 C
Bhubaneswar

୨୭ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ : ଭାରତର ଏକ ଯାତ୍ରୀବାହୀ ବସ୍‌ ଶୁକ୍ରବାର ନେପାଳର ମତ୍ସ୍ୟଙ୍ଗଡି ନଦୀଗର୍ଭକୁ ଖସିପଡିବାରୁ ୨୭ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ରେଜିଷ୍ଟ୍ରେସନ ନମ୍ବର ଥିବା ଉକ୍ତ ବସ୍‌ଟି ୪୩ ଜଣ ଯାତ୍ରୀଙ୍କୁ ନେଇ ପୋଖରାରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ତେବେ କାଠମାଣ୍ଡୁଠାରୁ ୧୧୦ କିମି ଦୂର ତାନାହୁନ ଜିଲାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ନଦୀଗର୍ଭକୁ ଖସିପଡିଥିଲା। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନେ ମହାରାଷ୍ଟ୍ରର ଜଲଗାଓଁ ଜିଲା ବାସିନ୍ଦା ବୋଲି ଜଣାପଡିଛି। ଆଜକୁ ଦୁଇଦିନ ପୂର୍ବେ ମହାରାଷ୍ଟ୍ରରୁ ୧୦୪ ଜଣ ଶ୍ରଦ୍ଧାଳୁ ୩ଟି ବସ୍‌ରେ ନେପାଳ ଯାତ୍ରା କରିଥିବାବେଳେ ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତଦେହ ଏବଂ ଆହତ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ଫେରାଇ ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଗତମାସରେ ନେପାଳର ଚିତ୍‌ୱନ ଜିଲାରେ ଭୂସ୍ଖଳନ ଘଟି ଦୁଇଟି ଯାତ୍ରୀବାହୀ ବସ୍‌ ତ୍ରିଶୁଳି ନଦୀକୁ ଖସିପଡିବାରୁ ୭ ଭାରତୀୟଙ୍କ ସମେତ ମୋଟ ୬୫ ଯାତ୍ରୀ ନଦୀସ୍ରୋତରେ ଭାସିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୫ ଭାରତୀୟଙ୍କ ସମେତ ୨୫ଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କର ପତ୍ତା ମିଳୁୁନଥିବା ନେପାଳ ସରକାର ସ୍ପଷ୍ଟ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories