www.samajalive.in
Monday, December 15, 2025
24.1 C
Bhubaneswar

ପିକଅପ୍-ବାଇକ୍‌ ଧକ୍କା; ଦୁଇ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକଠାରେ ସମ୍ବଲପୁର ପଟୁ ବରଗଡ ଅଭିମୁଖେ ଯାଉଥିବା ଏକ ପିକଅପ୍ ଗାଡ଼ି ହମ୍ପ୍‌ସରେ ବ୍ରେକ ଦେବାରୁ ପଛ ପଟୁ ଆସୁଥିବା ଦୁଇଟି ବାଇକ୍ ପିକ୍‌ଅପ୍ ସହ ଧକ୍କା ହୋଇଛି। ଫଳରେ ଉଭୟ ବାଇକ୍ ଆରୋହୀ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ବାଇକ୍ ଆରୋହୀ ଦ୍ବୟଙ୍କୁ ସେବା ଯୋଗାଇ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅତାବିରା ପୁଲିସ ପହଞ୍ଚି ଉଭୟ ଗୁରୁତର ବାଇକ୍ ଆରୋହୀଙ୍କୁ ପୁଲିସ ଗାଡ଼ିରେ ଅତାବିରା ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ବାଇକ୍ ଆରୋହୀ ଦ୍ବୟ ଅତାବିରା ଥାନା କୁଳିତା ଟୁକୁରାର ପରେଶ କୁମାର ସାହୁ(୪୦) ଓ ବରଗଡ ଆଶା କିରନ୍‌ରେ ରହୁଥିବା ହିତେଶ ମହାପାତ୍ର(୩୫) ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ଉଭୟଙ୍କ ମଧ୍ୟରୁ ପରେଶଙ୍କ ଗୋଡ଼ ଓ ହିତେଶଙ୍କ ହାତ ଭାଙ୍ଗିଥିବା ସୂଚନା ମିଳିଛି। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏଥିସହ ବାଇକ୍ ସହ ପିକଅପ୍‌କୁ ଜବତ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories