www.samajalive.in
Monday, December 15, 2025
24.1 C
Bhubaneswar

ପୂର୍ବତନ ମୁଖ୍ୟ ସେନାଧ୍ୟକ୍ଷ ଏସ.ପଦ୍ମନାଭନଙ୍କ ପରଲୋକ, ବୁର୍ଲା ପୁରାତନ ଛାତ୍ର ସଂସଦ ମହଲରେ ଗଭୀର  ଶୋକ ପ୍ରକାଶ

ବୁର୍ଲା: ବୁର୍ଲା ହାଇସ୍କୁଲର ସର୍ବ ପ୍ରଥମ ( ୧୯୪୯-୧୯୫୨) ପୁରାତନ ଛାତ୍ର ଏସ ପଦ୍ମନାଭନଙ୍କ ଗତ  ତା ୧୮ ଅଗଷ୍ଟ  ୨୦୨୪ ରିଖ ରାତି ୧୧ ଘଟିକା ସମୟରେ ତାଙ୍କର ଚେନ୍ନାଇ ସ୍ଥିତ ବାସଭବନରେ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଭାରତ ସରକାରଙ୍କ ସୈନ୍ୟ ବିଭାଗରେ ମୁଖ୍ୟ ସେନାଧ୍ୟକ୍ଷ୍ୟ  ପଦବୀରେ ସେପ୍ଟେମ୍ବର ୩୦ ତାରିଖ ୨୦୦୦ରୁ ୩୧ ଡ଼ିସେମ୍ବର ୨୦୦୨ ପର୍ଯ୍ୟନ୍ତ ବିମଣ୍ଡିତ ହୋଇ ବୁର୍ଲା ହାଇସ୍କୁଲର ଗୌରବ ବୃଦ୍ଧି କରିଥିଲେ।  ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବୁର୍ଲା ପୁରାତନ ଛାତ୍ର ସଂସଦ ମହଲରେ ଗଭୀର  ଶୋକର ଛାୟା ଖେଳି ଯାଇଛି।
ସେ ବୁର୍ଲା ପୁରାତନ ଛାତ୍ର ସଂସଦ ସହିତ ତାଙ୍କର ସମ୍ପର୍କ ଅତୁଟ ରଖିଥିଲେ। ସେ ପ୍ରତିବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସ୍ୱାଗତ ଜଣାଇ ପତ୍ର ମାଧ୍ୟମରେ ଶୁଭେଚ୍ଛା ଜଣାଉଥିଲେ। ସେନା ମୁଖ୍ୟ ପଦବୀ ମଣ୍ଡନ କଲାପରେ ନଭେମ୍ବର ୯ ତାରିଖ ୨୦୦୨ ମସିହା ରେ ତାଙ୍କ ଛାତ୍ର ଜୀବନୀକୁ ସ୍ମରଣ କରି ବୁର୍ଲା ହାଇସ୍କୁଲକୁ ପରିଦର୍ଶନ ରେ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ବହୁ ଚର୍ଚ୍ଚିତ ହୋଇଥିଲେ। ଏହିପରି ଜଣେ ଭାରତମାତାର ସୁଯୋଗ୍ୟ ସନ୍ତାନ କୁ ହରାଇ ପୁରାତନ ଛାତ୍ର ସଂସଦ ତରଫରୁ ସଭ୍ୟଗଣ ତାଙ୍କର ଅମ୍ଲାନ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରୁଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories