www.samajalive.in
Monday, December 15, 2025
15.1 C
Bhubaneswar

ଦୁର୍ଘଟଣାକୁ ଡାକୁଛି ପୁରୁଣା ରାଞ୍ଚିରୋଡ୍ ମଝିର ଗର୍ତ୍ତ

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ଛକରୁ ଠେମରା, ପରମାଣପୁର, ଝାଙ୍କରପାଲି ସୋଢାମାଲ ଆଦି ଗ୍ରାମ ଦେଇ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିକୁ ସଂଯୋଗ କରୁଥିବା ବ୍ରିଟିଶ ଶାସନ ଅମଳର ରାସ୍ତା ପୁରୁଣା ରାଞ୍ଚିରୋଡ୍‌ର ଖିଣ୍ଡାପଡା ପାଖ ପୋଲ ଏବଂ ଲୁହାଖଣ୍ଡି ମଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି। ଆଜି ଏହି ଗର୍ତ୍ତରେ ପଡ଼ି ଦୁଇ ଜଣ ବାଇକ୍ ଆରୋହୀ ଆହତ ହୋଇଥିବାର ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ହେଲା ରାସ୍ତା ମଝିରେ ଥିବା ଏହି ଗର୍ତ୍ତ ଦୁର୍ଘଟଣାକୁ ହାତ ଠାରି ଆମନ୍ତ୍ରଣ କରୁଥିଲେ ବି ପୂର୍ତ୍ତ ବିଭାଗ ଏହାର ମରାମତି କରୁ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ମରାମତି ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସୂଚନାଯୋଗ୍ୟ, ଏହି ରାସ୍ତା ଉପରେ ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲା ସମେତ ଝାଡ଼ଖଣ୍ଡ ରାଜ୍ୟର ଜନସାଧାରଣ ଯାତାୟତ ପାଇଁ ନିର୍ଭର କରିଥାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories