ପରଦାକୁ ଆସିବ ଯୁବରାଜ ସିଂହଙ୍କ କାହାଣୀ

ମୁମ୍ବଇ: ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା ଏହାର ପ୍ରଯୋଜନା ଭାର ବହନ କରିବେ।

ଭୂଷଣ କୁମାର ଓ ରବି ଭଗଚାନ୍ଦକା ମିଳିତ ଭାବେ ଯୁବରାଜ ସିଂହଙ୍କ ଜୀବନ କାହାଣୀକୁ ଦର୍ଶକଙ୍କ ସାମ୍ନାକୁ ଆଣିବେ। ତେବେ ଏହି ବାୟୋପିକ୍‌ର ଟାଇଟଲ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଯୁବରାଜ ସିଂହଙ୍କ ଭୂମିକାରେ କିଏ ଅଭିନୟ କରିବେ, ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।

ଯୁବରାଜ ସିଂହଙ୍କ ବାୟୋପିକ୍‌ ଘୋଷଣା ହେବାପରେ ଲୋକେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଯୁବରାଜଙ୍କ ପ୍ରଶଂସକ ତାଙ୍କ ଜୀବନ କାହାଣୀକୁ ପରଦାରେ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି।

 

 

Comments are closed.