www.samajalive.in
Tuesday, December 9, 2025
16.1 C
Bhubaneswar

ମହୌଷଧୀ କେଶର; କେବଳ ସୌନ୍ଦର୍ଯ୍ୟ ନୁହେଁ ବିଭିନ୍ନ ରୋଗ ଦୂର କରେ କେଶର !

ବଜାରରେ ମିଳୁଥିବା ଦାମୀ ସାମଗ୍ରୀ ମଧ୍ୟରୁ କେଶର ହେଉଛି ଗୋଟିଏ । ଔଷଧୀୟ ଗୁଣରେ ଭରପୁର କେଶରର ବ୍ୟବହାର କେବଳ ଯେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରାଯାଏ ତାହା ନୁହେଁ । କେଶର ଖାଦ୍ୟର ସ୍ବାଦ ଦ୍ବିଗୁଣ କରିବା ସହ ବିଭିନ୍ନ ରୋଗରୁ ମଧ୍ୟ ଉପଶମ ଦେଇଥାଏ । କେଶର ସେବନ ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା କେଶରର ଔଷଧୀୟ ଗୁଣ ବିଷୟରେ…

pic courtesy onlymyhealth

କର୍କଟ ରୋଗରୁ ସୁରକ୍ଷିତ ରଖେ: ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଶରୀରରେ ଥିବା କ୍ଷତିକାରକ ମୁକ୍ତ-କଣିକାକୁ ଅକାମୀ କରି କେଶର ଶରୀରକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଗବେଷଣାରୁ ଏହା ପ୍ରମାଣ ହୋଇଛି ଯେ କେଶରରେ ଥିବା ଔଷଧୀୟ ଗୁଣ କର୍କଟ ରୋଗ ସୃଷ୍ଟିକାରୀ କୋଷିକା ନଷ୍ଟ କରି ଦେଇଥାଏ ।

- Advertisement -

ଓଜନ ହ୍ରାସ କରିବାରେ ସାହାଯ୍ୟ: ଏକ ଗବେଷଣାରୁ ଜଣାପଡିଛି ଯେ କେଶର ସେବନ ଦ୍ବାରା ଭୋକ କମ୍ ହୋଇଥାଏ । ଯାହା ଦ୍ବାରା ସେମାନେ ଚଟପଟା ଖାଦ୍ୟ (ସ୍ନାକ୍ସ) କମ୍ ଖାଇଥାଆନ୍ତି । ଫଳରେ ଓଜନ ନିୟନ୍ତ୍ରିତ ରହିଥାଏ ।

ସ୍ମରଣଶକ୍ତି ବୃଦ୍ଧି: କେଶର ଖାଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଜାପାନରେ ଲୋକମାନେ ସ୍ମରଣ ଶକ୍ତି ବୃଦ୍ଧି ଏବଂ ଶରୀରର ମାଂସପେଶୀ ଫୁଲା କମ୍ କରିବା ପାଇଁ କେଶରର କ୍ୟାପସୁଲ ଖାଇଥାଆନ୍ତି ।

ସର୍ଦିରୁ ମୁକ୍ତି: ସର୍ଦି ଓ କାଶ ଦୂର କରିବା ପାଇଁ କେଶର ସାହାଯ୍ୟ କରିଥାଏ । ଅଳ୍ପ କ୍ଷୀରରେ କେଶରକୁ ମିଶାଇ ମୁଣ୍ଡ​‌ରେ ଲଗାଇବା ଦ୍ବାରା ସର୍ଦିରୁ ଶୀଘ୍ର ଉପଶମ ମିଳିଥାଏ ।

ହୃଦଘାତ ରୋଗରୁ ମୁକ୍ତି: ଗବେଷଣାରୁ ଜଣାପଡିଛି ଯେ, କେଶରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ ରକ୍ତରେ କୋଲେଷ୍ଟ୍ରୋଲ ର ମାତ୍ର କମ୍ କରିଥାଏ । ଯାହା ଫଳରେ ରକ୍ତ ସଞ୍ଚାଳନରେ କୌଣସି ବାଧା ସୃଷ୍ଟି ହୋଇ ନଥାଏ ।

ଆଖିର ଜ୍ୟୋତି ବୃଦ୍ଧି: କେଶର ଆଖି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏକ ଗବେଷଣାରୁ ପ୍ରମାଣ ହୋଇଛି ଯେ କେଶସ ସେବନ ଦ୍ବାରା ଆଖିର ଜ୍ୟୋତି ବୃଦ୍ଧି ହୋଇଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories