ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ, ରଣାଙ୍ଗନରେ ୮୮୯ ପ୍ରାର୍ଥୀ
ଡେସ୍କ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୮୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଏଥିରେ ନିର୍ବାଚନ ସ୍ଥଗିତ ଥିବା ଜମ୍ମୁ-କଶ୍ମୀରର ୩-ଅନନ୍ତନାଗ-ରାଜୌରୀ ସଂସଦୀୟ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୨୦ ଜଣ ପ୍ରାର୍ଥୀ ରହିଛନ୍ତି।
ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଲୋକସଭା ଆସନ ପାଇଁ ମୋଟ ୧୯୭୮ଟି ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ଯାଞ୍ଚ ପରେ ୯୦୦ ନାମାଙ୍କନ ବୈଧ ବୋଲି ଜଣାପଡ଼ିଥିଲା। ୩-ଅନନ୍ତନାଗ-ରାଜୌରୀରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୮ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୨୧ଟି ନାମାଙ୍କନପତ୍ର ବୈଧ ବୋଲି ଜଣାପଡ଼ିଛି।
ଷଷ୍ଠ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ୧୪ଟି ସଂସଦୀୟ ଆସନରୁ ସର୍ବାଧିକ ୪୭୦ଟି ନାମାଙ୍କନ ପତ୍ର ରହିଥିବା ବେଳେ ହରିୟାଣାରେ ୧୦ଟି ସଂସଦୀୟ ଆସନରୁ ୩୭୦ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଝାଡ଼ଖଣ୍ଡର ରାଞ୍ଚି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୦ଟି ପ୍ରଥିପତ୍ର ଦାଖଲ ହୋଇଥିବା ବେଳେ ଦିଲ୍ଲୀ ଏନସିଟିରେ ୨-ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ୬୯ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଷଷ୍ଠ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା ୧୫ ରହିଛି।
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ |
ଲୋକସଭା ଆସନ ସଂଖ୍ୟା | ଦାଖଲ ନାମାଙ୍କନ ପତ୍ର | ଯାଞ୍ଚ ପରେ ବୈଧ ନାମାଙ୍କନ ପତ୍ର | ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ସଂଖ୍ୟା |
ବିହାର | ୮ | ୨୪୬ | ୮୯ | ୮୬ |
ହରିୟାଣା | ୧୦ | ୩୭୦ | ୨୩୯ | ୨୨୩ |
ଜମ୍ମୁ-କଶ୍ମୀର | ୧ | – | ୨୦ | |
ଝାଡ଼ଖଣ୍ଡ | ୪ | ୨୪୫ | ୯୬ | ୯୩ |
ଏନସିଟି ଦିଲ୍ଲୀ | ୭ | ୩୬୭ | ୧୬୬ | ୧୬୨ |
ଓଡ଼ିଶା | ୬ | ୧୩୦ | ୬୫ | ୬୪ |
ଉତ୍ତର ପ୍ରଦେଶ | ୧୪ | ୪୭୦ | ୧୬୪ | ୧୬୨ |
ପଶ୍ଚିମବଙ୍ଗ | ୮ | ୧୫୦ | ୮୧ | ୭୯ |
ସମୁଦାୟ | ୫୮ | ୧୯୭୮ | ୯୦୦ | ୮୮୯ |
Comments are closed.