www.samajalive.in
Sunday, December 14, 2025
19.1 C
Bhubaneswar

ଗୋରୁବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ ରକ୍ଷକକର୍ମୀ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଛକ ଠାରେ ଏକ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଗୋ ରକ୍ଷକ କର୍ମୀ ରୋନାଲି ପାଣିଗ୍ରାହୀଙ୍କ ପକ୍ଷରୁ ଅଟକ ରଖି ଯାଇ ଗୋଳନ୍ଥରା ଥାନାରେ ଜିମା ଦିଆ ଯିବା ସହହଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଶନିବାର ଏକ ପିକ ଅପ ଗାଡି (ଏପି ୩୯ ଟି ୟାଇ ୩୩୨୯) ଯୋଗେ କିଛି ଗାଈ ଓ ବାଛୁରୀ ଆନ୍ଦ୍ରପ୍ରଦେଶ ରାଜ୍ୟ କୁ ଚାଲାଣ ହୋଉଥିବା ଖବର ପାଇ  ବ୍ରହ୍ମପୁର ର ଗୋ ରକ୍ଷକ  କର୍ମୀ ରୋନାଲି ପାଣିଗ୍ରାହୀ ହଳଦିଆପଦର ଗ୍ରାମ ନିକଟରେ ଗାଡି କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାଳକ ଗାଡି ରଖିନଥିଲା।
ଗୋଡେଇ ଗୋଡ଼େଇ ଗିରିସୋଲା ନିକଟରେ ଧରିଥିଲେ। ଚାଳକଙ୍କୁ ଗାଇ କେଉଁ ଆଡେ ନେଉଛ ବୋଲି ପଚାରିବାରୁ ସେମାନେ କାଞ୍ଚିଲି ନେଉଥିବା କହିଥିଲେ । ଏ ନେଇ ପାଣିଗ୍ରାହୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚି ଗାଈ ଓ ବାଛୁରୀ ମାନଙ୍କୁ ଉଦ୍ଧାର କରି ମଦନମୋହନପୁର ନିକଟରେ ଥିବା ଏକ ଗୋ ଶଳାରେ ଛାଡିଥିଲେ। ପିକ ଅପ କୁ  ପୋଲିସ ଜବତ କରିଛି।  ଘଟଣା ନେଇ ଥାନା ରେ ୨୩୦/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆନ୍ଦ୍ରପ୍ରଦେଶ ଅଂଚଳର ଦୁଇ ଜଣଙ୍କୁ ପୋଲିସ  ନୋଟିସ ଦେଇ ଛାଡିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories