www.samajalive.in
Sunday, December 14, 2025
23.1 C
Bhubaneswar

ଶେଷ ଦିନରେ ନିର୍ବାଚନୀ ପ୍ରଚାର, ଫୁଲବାଣୀ ବିଧାନସଭା ମଣ୍ଡଳୀରେ ଚତୁର୍ମୁଖୀ ଲଢେଇ

ଫୁଲବାଣୀ: ଆଜି ନିର୍ବାଚନ ପ୍ରଚାର  ପ୍ରକ୍ରିୟା ଶେଷ ଦିନରେ ପହଞ୍ଚିଥିବା ବେଳେ ଚଳିତ ୨0୨୪ ର ନିର୍ବାଚନ ପ୍ରଚାର ସେତେଟା ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳି ନାହିଁ କି ପ୍ରଚାର ସେଭଳି ଭାବରେ ସରଗରମ ପରିଲକ୍ଷିତ ହୋଇ ପାରି ନାହିଁ l ବିଜେଡି ର ଗଡ଼ ଭାବରେ ପରିଚିତ ୨୪ ଟି ପଞ୍ଚାୟତ ବିଶିଷ୍ଟ ଫିରିଙ୍ଗିଆ ବ୍ଲକ ରେ ମଧ୍ୟ ବିଜେଡିର ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳି ପାରି ନାହିଁ। ପୂର୍ବ ନିର୍ବାଚନକୁ ଯଦି ଦେଖାଯାଏ ତେବେ ବିଜେଡି ୧ ନମ୍ବର ସ୍ଥାନରେ ଓ ବିଜେପି ୨ ନମ୍ବର ସ୍ଥାନରେ ରହିଥିବା ବେଳେ କଂଗ୍ରେସ ବହୁ ପଛରେ ରହି ଯାଉଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଭୋଟର ମାନେ ଓ ବୁଦ୍ଧିଜୀବୀ ମତ ଦେଇଥିବା ବେଳେ ଚତୁର୍ଥ ଦଳ ଭାବରେ ନୂତନ ଭାବରେ ସମାଜ ବାଦୀ ପାର୍ଟିରେ ପ୍ରାର୍ଥୀ ହୋଇଥିବା ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଉପାନ୍ତ ଅଞ୍ଚଳ ଠାରୁ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ଅଧିକ ପସନ୍ଦ କରୁଥିବା ବେଳେ ଯଦି ପରିସ୍ଥିତିକୁ ଦେଖାଯାଏ ତେବେ ୩ଟି ପ୍ରମୁଖ ଦଳ ମଧ୍ୟରେ ଦେବେନ୍ଦ୍ର କହଁରଙ୍କ ସାଇକେଲ ଚି଼ହ୍ନର ଭୋଟ ହିଁ ପ୍ରମୁଖ ବିଜୟ ଅସ୍ତ୍ର ହୋଇ ପାରିବ ବୋଲି ଅନୁମାନ କରାଯାଉଛି।
କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ ସହ ଫୁଲବାଣୀ ବ୍ଲକ, ଖଜୁରୀପଡା ବ୍ଲକ, ଚକାପାଦ ବ୍ଲକ, ୪ ଟି ବ୍ଲକରୁ ସମୁଦାୟ ୬0 ଟି ପଞ୍ଚାୟତର ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ। ସେଥି ମଧ୍ୟରୁ ଏହି ନିର୍ବାଚନ ମଣ୍ଡଳୀରେ ୪ଟି ପ୍ରମୁଖ ଦଳ ସହ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରହିଥିଲେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ସେମିତି ଦବଦବା ଦେଖିବାକୁ ମିଳିପାରିନାହିଁ ଯାହାକୁ ନେଇ ୩ ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସମାଜ ବାଦୀ ପ୍ରାର୍ଥୀ ଦେବେନ୍ଦ୍ର କହଁରଙ୍କ ଭୋଟ ହିଁ ପ୍ରମୁଖ ୩ ଦଳର ଭାଗ୍ୟ ନିର୍ଧାରଣ କରିବ ବୋଲି ଆଲୋଚନା ହେଉଛି ।
ଆଜି ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ପ୍ରଶାସନ ତରଫରୁ ବିଭିନ୍ନ ଜାଗାରେ ଲାଗିଥିବା ଦଳୀୟ ପୋଷ୍ଟରକୁ ପ୍ରଶାସନ କାଢ଼ୁଥିବା ଦେଖିବାକୁ ମିଳିଛି। ଏଥି ମଧ୍ୟରେ ଆଜି ଦିନରେ ବିଜେଡି ତରଫରୁ ଫୁଲବାଣୀରେସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଙ୍କ ରୋଡ଼ ସୋ ସହ ଅଭିନେତା ସ୍ୱରାଜ ବାରିକ ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୋଟ ଦେବା ପାଇଁ ପ୍ରଚାର କରିଛନ୍ତି । ସେହିଭଳି ବିଜେଡିର ଜୟଶ୍ରୀ କହଁର ଗାଁ ଗାଁରେ ଭୋଟରଙ୍କ ସହ ମିଶି ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଫିରିଙ୍ଗିଆ ବ୍ଲକର ବିଭିନ୍ନ ଗାଁରେ ବିଜେପି ପ୍ରାର୍ଥୀ, କଂଗ୍ରେସ ପ୍ରାର୍ଥୀ ଓ, ସ୍ୱାଧୀନ ପ୍ରାର୍ଥୀ ଓ ସମାଜ ବାଦୀ ପାର୍ଟି ର ଦେବେନ୍ଦ୍ର କହଁର ଜୋରସୋର ପ୍ରଚାର କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories