ଘରେ ରହି ଭୋଟ ଦେଲେ ବରିଷ୍ଠ ନାଗରିକ

ଆଠଗଡ: ଚଳିତ ନିର୍ବାଚନରେ ପ୍ରଥମ କରି ୮୫ବର୍ଷ ବୟସରୁ ଅଧିକ ବର୍ଷ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଶଯ୍ୟାଶାୟୀ ବ୍ୟକ୍ତିଙ୍କ ପାଇଁ ଘରେ ରହି ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ୮୭-ବଡମ୍ବା ନିର୍ବାଚନ ମଣ୍ଡଳିରେ ଏହିପରି ୫୮ଜଣ ଓ ୮୯-ଆଠଗଡ ନିର୍ବାଚନ ମଣ୍ଡଳିରେ ୪୫ଜଣ ଭୋଟରଙ୍କୁ ଚିହ୍ନିତ କରାଯାଇ ସେମାନଙ୍କୁ ନିଜ ଘରେ ରହି ଭୋଟ ଦେବାର ସୁଯୋଗ ଦିଆଯାଇଛି। ଏହି କ୍ରମରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଶନିବାର ସୁଦ୍ଧା ବଡମ୍ବାରେ ୩୩ଜଣ ଓ ଆଠଗଡର ୨୭ଜଣ ମତଦାନ ସାବ୍ୟସ୍ତ କରି ସାରିଲେଣି।

prayash

ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଏଥିପାଇଁ ଉଭୟ ବଡମ୍ବା ଓ ଆଠଗଡ ନିର୍ବାଚନ ମଣ୍ଡଳି ପାଇଁ ୩ଟି ଦଳ ଗଠନ କରିଥିବାବେଳେ ସେଥିରେ ଜଣେ ଲେଖାଏଁ ମାଇକ୍ରୋ ପର୍ଯ୍ୟବେକ୍ଷକ, ୨ଜଣ ନିର୍ବାଚନ ଅଧିକାରୀ, ୧ଜଣ ପୁଲିସ କର୍ମଚାରୀ ଓ ଜଣେ ଭିଡିଓ ଉତ୍ତୋଳନକାରୀଙ୍କୁ ଜିଲ୍ଲାପାଳ ମନୋନୀତ କରିଛନ୍ତି। ସେମାନେ ଉକ୍ତ ବର୍ଗର ଭୋଟରଙ୍କ ଘରକୁ ଯାଇ ସେମାନଙ୍କର ମତଦାନ କରାଉଥିବା ନିର୍ବାଚନ ଅଧିକାରୀ ତଥା ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରକାଶ କରିଛନ୍ତି।

Comments are closed.