www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ବ ଆଜ୍‌ମା ଦିବସ: ଚଳିତବର୍ଷର ଥିମ୍‌ ଆଜ୍‌ମା ଶିକ୍ଷା ସଶକ୍ତୀକରଣ

ନୂଆଦିଲ୍ଲୀ: ଆଜି ବିଶ୍ଵ ଆଜମା ଦିବସ। ପ୍ରତିବର୍ଷ ମେ’ ମାସର ପ୍ରଥମ ମଙ୍ଗଳବାର ବିଶ୍ବ ଆଜ୍‌ମା ଦିବସ ପାଳିତ ହୋଇଥାଏ। ଚଳିତବର୍ଷ ଏହା ମେ’ ୭ ତାରିଖ ଅର୍ଥାତ୍ ଆଜିର ଦିନରେ ପାଳିତ ହେଉଛି। ଶ୍ବାସକ୍ରିୟା ଜନିତ ଏହି ରୋଗରେ ବହୁସଂଖ୍ୟକ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପୀଡ଼ିତ। ୧୯୯୮ରେ ପ୍ରଥମଥର ପାଇଁ ବିଶ୍ବ ଆଜ୍‌ମା ଦିବସ ପାଳନ ହୋଇଥିଲା। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହାର ପ୍ରତିକାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ପ୍ରଦୂଷଣ ବୃଦ୍ଧି ଓ ଅବ୍ୟବସ୍ଥିତ ଜୀବନଶୈଳୀ ଏହି ରୋଗ ବୃଦ୍ଧିର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ସେହିପରି ମୂଳରୁ ଏହି ରୋଗକୁ ଗୁରୁତ୍ବ ନ ଦେବା ଫଳରେ ଚିକିତ୍ସା କଷ୍ଟସାଧ୍ୟ ହୋଇଯାଇ ଥାଏ। ଚଳିତବର୍ଷର ଥିମ୍‌ ରହିଛି ଆଜ୍‌ମା ଶିକ୍ଷା ସଶକ୍ତୀକରଣ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories