www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି। ୧୦ ରାଜ୍ୟ ଓ ୨କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୩ଟି ଲୋକସଭା ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେଇପାରିବେ ଜନତା। ନିଜର ମୂଲ୍ୟବାନ ଭୋଟ ଦେଇ ୧୩ଶହ ୩୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୧୭କୋଟିରୁ ଅଧିକ ଭୋଟର। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗୁଜୁରାଟର ୨୫ଟି ସିଟ୍‌‌, କର୍ଣ୍ଣାଟକର ୧୪ଟି ସିଟ୍‌‌, ମହାରାଷ୍ଟ୍ରର ୧୧ଟି ସିଟ୍‌‌, ଉତ୍ତରପ୍ରଦେଶର ୧୦ଟି ସିଟ୍‌‌, ମଧ୍ୟପ୍ରଦେଶର ୮ଟି ସିଟ୍‌‌, ଛତିଶଗଡର ୭ଟି, ଗୋଆର ୨ଟି, ବିହାର ୫ଟି ଏବଂ ଆସାମ ଓ ପଶ୍ଚିମବଙ୍ଗା ୪ଟି ଲେଖାଏଁ ସିଟରେ ମତଦାନ ଗ୍ରହଣ କରାଯାଉଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ମତଦାନ ଅନୁଷ୍ଠିତ ହେଉଛି। ତୃତୀୟ ପର୍ଯ୍ୟାୟରେ ଅହମ୍ମଦାବାଦାରେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିସାନ ସେକେଣ୍ଡାରୀ ସ୍କୁଲରେ ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଭୋଟ ଦେବା ପରେ ସେଠାରେ ଥିବା ଲୋକମାନଙ୍କୁ ଭେଟି ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି ମୋଦୀ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories