ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ପାରିଆଉଡା ଛକ ନିକଟରେ ଅଘଟଣ। ବିଲରେ ବାଇକ୍ ସହ ପଡ଼ିଛି ଦୁଇ ମୃତଦେହ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ବିଲ ପାଖ ଦେଇ ଯାଉଥିବାବେଳେ ବିଲରେ ଦୁଇ ବ୍ୟକ୍ତିଙ୍କ ମୃତଦେହ ସହ ଏକ ବାଇକ୍ ପଡିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଏ ନେଇ ପୁଲିସକୁ ଜଣାଇଥିଲେ। ପରେ ପୁଲିସ୍ ଏବଂ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୁଲିସ୍ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



