ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ପଦବୀ ହରାଇଲେ ସରପଞ୍ଚ

ଫୁଲବାଣୀ:  ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗ ପରେ ପଦବୀ ହରାଇଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତର ସରପଞ୍ଚ ତ୍ରିନାଥ ପ୍ରଧାନ। ତାଙ୍କର ୫ ସନ୍ତାନ ଥିବାରୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ସଚନା ଅନୁଯାୟୀ, ତ୍ରିନାଥଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ୨୦୨୩ରେ ଅଭିଯୋଗ ଆଣିଥିଲେ ସୁରୁଲାଇ ଗ୍ରାମର ପିତର ପ୍ରଧାନ। ଦାବି କରିଥିଲେ ଯେ, ଏମିତି କରି ତ୍ରିନାଥ ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରିଛନ୍ତି। ତେବେ ଅଭିଯୋଗର ତଦନ୍ତ ଅନୁସାରେ ଅଙ୍ଗନୱାଡ଼ି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ପାଞ୍ଚ ସନ୍ତାନ ଥିବା ଜଣାପଡ଼ିଥିଲା। ମିଥ୍ୟା ସତ୍ୟ ପାଠ ଦେଇ ନିର୍ବାଚନ ଲଢ଼ିଥିଲେ, ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ପଦବୀ ହରାଇଲେ ସରପଞ୍ଚ।

Comments are closed.