www.samajalive.in
Friday, December 5, 2025
17.1 C
Bhubaneswar

ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ଡେସ୍କ: ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ମନୁ ଭାକର। ୨୨ ବର୍ଷୀୟ ମନୁ ପୂର୍ବରୁ ମହିଳା ୧୦ ମିଟର ଏକକ ଏବଂ ୧୦ ମିଟର ଦଳଗତ ଇଭେଣ୍ଟରେ ସର୍ବଜୋତ ସିଂହଙ୍କ ସହ ଭାଗିଦାରୀ କରି ଦୁଇଟି କାଂସ୍ୟ ପଦକ ଜିତିଥିଲେ।

ଆଜିର ପ୍ରଦର୍ଶନ ନେଇ ସେ କହିଛନ୍ତି, ‘ମୁଁ ପ୍ରକୃତରେ ନର୍ଭସ ହୋଇଯାଇଥିଲି, କିନ୍ତୁ ପୁଣି ଥରେ, ମୁଁ ଶାନ୍ତ ରହିବା ଏବଂ କେବଳ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲି। କିନ୍ତୁ ତାହା ଯଥେଷ୍ଟ ନ ଥିଲା।’ ୨୮ ସ୍କୋର କରିବା ପରେ ମନୁ ନିରାଶ ହୋଇଥିଲେ ମଧ୍ୟ ଶେଷ କାଂସ୍ୟ ପଦକ ବିଜେତା ହଙ୍ଗେରୀର ଭେରୋନିକା ମେଜରଙ୍କ ଠାରୁ ପରାସ୍ତ ହୋଇଥିଲେ।

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

- Advertisement -

ମନୁ ଭାକର କହିଛନ୍ତି ଯେ ସେ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିଥିଲେ ଏବଂ ଫୋନ୍ ଚେକ୍ କରୁ ନ ଥିଲେ। ସେ କହିଛନ୍ତି, ସେ ସର୍ବୋତ୍ତମ ଚେଷ୍ଟା କରିଥିଲେ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି, ଅଧିକାଂଶ ଇଭେଣ୍ଟରେ ମୁଁ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିଲି ଏବଂ ଏଥିରେ ମୁଁ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲି। ମୋ ମ୍ୟାଚ୍ ସରିବା କ୍ଷଣି ମୁଁ ଭାବୁଥିଲି, ‘ଠିକ୍ ଅଛି, ପରବର୍ତ୍ତୀ ଥର’, ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ଉପରେ ନଜର ରଖିଥିବା ମନୁ କହିଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories