www.samajalive.in
Saturday, December 6, 2025
26.1 C
Bhubaneswar

ବ୍ଲକ କର୍ମଚାରୀ ବିଳମ୍ବରେ ଆସୁଥିବାକୁ ନେଇ ଜନ ଅସନ୍ତୋଷ

ବାସୁଦେବପୁର:ବାସୁଦେବପୁର ବ୍ଲକରେ କାର୍ଯ୍ୟରତ କେତେଜଣ କର୍ମଚାରୀ ବିଳମ୍ବରେ ଅଫିସ ଅସୁଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଗ୍ରାମାଞ୍ଚଳରୁ ବିଭିନ୍ନ ଅଭିଯୋଗକୁ ନେଇ ଆସୁଥିବା ଜନସାଧାରଣ କର୍ମଚାରୀମାନଙ୍କ ଅନୁପସ୍ଥିତ କାରଣରୁ ନାହିଁ ନଥିବା ଅସୁବିଧାର ସମ୍‌ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେହେଁ ଆଜି ମଧ୍ୟାହ୍ନ ବାରଟା ପରେ ବ୍ଲକରେ କାର୍ଯ୍ୟରତ ଥିବା ସିପି(କମ୍ପ୍ୟୁଟର ପୋଗ୍ରାମର) ଆଦିତ୍ୟ ପଣ୍ଡା ଆସିଥିବା ଦେଖିବାକୁ ମିଳିଥିଲା। ବ୍ଲକରେ ପହଞ୍ଚି ଉପସ୍ଥାନ ଖାତାରେ ଦସ୍ତଖତ କରିବା ସମୟରେ କେତେକ ଜନପ୍ରତିନିଧୀ ବାଧା ଦେଇଥିଲେ।

ଏହି ସମୟରେ ଶ୍ରୀ ପଣ୍ଡା ଉପସ୍ଥାନ ଖାତାରେ ଦସ୍ତଖତ କରିପାରିନଥିବା ସହ ଶୁକ୍ରବାରଦିନ କାର୍ଯ୍ୟରେ ଯୋଗଦେଇଥିଲେ ବୋଲି କହିଥିଲେ। ମାତ୍ର କାର୍ଯ୍ୟବ୍ୟସ୍ଥତା କାରଣରୁ ଉପସ୍ଥାନ ଖାତାରେ ଦସ୍ତଖତ କରିପାରିନଥିବା କହିଥଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ସିପି ଶ୍ରୀ ପଣ୍ଡା,କେତେକ ପଞ୍ଚାୟତର ଡିଏସସି(ଡିଜିଟାଲ ସିଗନେଚର ସାଟିଫିକେଟ)କୁ ରଖିଥିବା ଅଭିଯୋଗ ହୋଇ ଆସୁଥିବା ସହିତ ଅର୍ପଣରଥରେ ବାବଦକୁ ଆସିଥିବା ଅର୍ଥରାଶି ହଡପ କରିବାକୁ ନେଇ ବିରୋଧୀ ଭାଜପା ଧାରଣାରେ ବସିଥିଲା। ଏନେଇ ବିଡିଓ ସଞ୍ଜିବ କୁମାର ସାହୁ କହିଛନ୍ତି ଯେ ଅଫିସକୁ ବିଳମ୍ବରେ ଆସୁଥିବା କର୍ମଚାରୀ ଓ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories