www.samajalive.in
Sunday, December 14, 2025
16.1 C
Bhubaneswar

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

ଡେସ୍କ: ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୨୦୩୦ ସୁଦ୍ଧା ଓଡିଶାକୁ ଜଳାନ୍ତକ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ରାଜ୍ୟର ସବୁ ଜିଲ୍ଲାରେ ଏହି ଅଭିଯାନ ଏକ ସମୟରେ କାର୍ଯ୍ୟକାରୀ କରାଯିବ। ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି ଅଭିଯାନ ପରିଚାଳନା କରିବେ।

- Advertisement -

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଓଡ଼ିଶାରେ ୬୪ ହଜାର ୬୪୨ଟି କୁକୁର କାମୁଡ଼ା ମାମଲା ଘଟିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୯ ହଜାର ୮୫ ଥିଲା। ରାଜ୍ୟରେ ପ୍ରତ୍ୟେକ ମାସରେ ପାଖାପାଖି ୨୫ରୁ ୪୦ଟି କୁକୁର କାମୁଡ଼ା ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତ୍ୟେକ ମାସରେ ବୁଲା କୁକୁରଙ୍କ ଯୋଗୁ ହେଉଥିବା ଦୁର୍ଘଟଣା ସଂଖ୍ୟା ୧୦୦ରୁ ଅଧିକ ହେବ ବୋଲି ଜଣାପଡିଛି। ୨୦୨୩ରେ ସର୍ବାଧିକ କୁକୁର କାମୁଡ଼ା ମାମଲା ଚିହ୍ନଟ ହୋଇଥିବା ତାଲିକାରେ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି।​

ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଚଳିତ ବର୍ଷ ଜାନୁଆରୀ ୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏକ ମନିଟରିଂ କମିଟି ଗଠନ କରିବା ପରେ ଓଡ଼ିଶା ହାଇକୋର୍ଟ ରାଜ୍ୟରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ରହିତାଦେଶ ହଟାଇ ଦେଇଥିଲେ। ପଶୁ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବୁଲା କୁକୁରଙ୍କୁ ଧରିବା, ଟୀକାକରଣ କରିବା, ନିଷ୍କ୍ରିୟ କରିବା ଏବଂ ଛାଡିବା ଆବଶ୍ୟକ। ଦେଶରେ ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories