Patra electronics

ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ସେ ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ନେଇ ସ୍ପଷ୍ଟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସକ୍ରିୟ ଅଛି ଏବଂ ନିୟମ ମୁତାବକ ସମସ୍ତ ସରକାରୀ ଓ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ପଡିବ।

ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ନେଇ କହିଛନ୍ତି ଯେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଳବତ୍ତର ରହିଛି। ସେ କହିଛନ୍ତି, ଚଳିତ ବଜେଟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନିମନ୍ତେ ବ୍ୟୟ ଅଟକଳ ହୋଇଥିବାରୁ, ତାହା ପର୍ଯ୍ୟାୟକ୍ରମେ ଲାଗୁ ହେବ ଓ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ। ନୂଆ ସ୍ୱାସ୍ଥ୍ୟ ଯୋଜନା ଲାଗୁ ହେବା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟ କରିବ ବୋଲି ଜଣାପଡିଛି।

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ସୂଚନାଯୋଗ୍ୟ, ବିଜେଡି ସରକାର ୨୦୧୮ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ ଓ ଏହି ଯୋଜନାରେ ରାଜ୍ୟର ୭୧୦ଟି ହସ୍ପିଟାଲ ସମେତ ରାଜ୍ୟ ବାହାରର ୧୫୬ଟି ହସ୍ପିଟାଲ ଅନୁବନ୍ଧିତ ହୋଇଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Comments are closed.