www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ କୃଷି କ୍ଷେତ୍ରକୁ ମଜବୁତ କରାଯାଉଛି। ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ କୃଷି ଅର୍ଥଶାସ୍ତ୍ରୀ ପରିଷଦର ୩୨ତମ ଅଧିବେଶନର ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି ୬୫ ବର୍ଷ ପରେ ଭାରତରେ କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀର ଆୟୋଜନ କରିବା ଏକ ମହାନ ଅବସର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଗତ ଥର କୃଷି ଅର୍ଥଶାସ୍ତ୍ରୀଙ୍କ ସମ୍ମିଳନୀ ଏଠାରେ ସେତେବେଳେ ହୋଇଥିଲା, ଯେତେବେଳେ ଭାରତକୁ ନୂଆ ନୂଆ ସ୍ୱାଧୀନତା ମିଳିଥିଲା। ସେ କହିଛନ୍ତି, ଆଜି ଭାରତ କ୍ଷୀର, ଡାଲି ଓ ମସଲାର ସବୁଠୁ ବଡ ଉତ୍ପାଦକ ଅଟେ। ଦିନେ ସମୟ ଏଭଳି ଥିଲା ଯେତେବେଳେ ଭାରତର ଖାଦ୍ୟ ସୁରକ୍ଷା ଦୁନିଆର ଚିନ୍ତାର ବିଷୟ ଥିଲା, ଏବଂ ଆଜିର ସମୟ, ଯେତେବେଳେ ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷା, ବିଶ୍ୱ ପୋଷଣ ସୁରକ୍ଷାର ସମାଧାନ ଦେବାରେ ଲାଗିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

- Advertisement -

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories