www.samajalive.in
Saturday, December 6, 2025
17.1 C
Bhubaneswar

ମହାନଦୀ ଆଳତି ଘାଟକୁ ପର୍ଯ୍ୟଟନ ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଋଷିକେଶ, ହରିଦ୍ବାର ଓ ବନାରସରେ ଗଙ୍ଗା ଆଳତି ହେଉଥିବା ବେଳେ ବୌଦ୍ଧରେ ମହାନଦୀ ଆଳତି ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ଦିନ ଶହଶହ ପର୍ଯ୍ୟଟକ ଓ ଭକ୍ତ ପରିଦର୍ଶନରେ ଆସୁଥିବା ବେଳେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ଯୋଜନା କାର୍ଯ୍ୟକାରୀ ହାତକୁ ନିଆଯାଇ ନାହିଁ। ଶିଳ୍ପ ବିହୀନ ବୌଦ୍ଧଜିଲ୍ଲାର ମହାନଦୀ ଆଳତି ଘାଟକୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରିବା ପାଇଁ ଦାବୀ ହୋଇଛି। ରାଜ୍ୟ ଅତିଥି ଭବନରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ଆଳତି ଘାଟର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିଛନ୍ତି। ଆଳତି ଘାଟର ଉନ୍ନତି ପାଇଁ ଜଳ ସମ୍ପଦ, ପର୍ଯ୍ୟଟକ, ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ଆଳତି ଘାଟପାଇଁ ଏକ ଡି.ପି.ଆର. ତିଆରି କରିବା ସହିତ ବୃହତ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ପୂର୍ବତନ ଜିଲ୍ଲାପାଳ ତଥା ମହାନଦୀ ଆଳତି ଘାଟର ପୃଷ୍ଠପୋଷକ ସଦସ୍ୟ ସତ୍ୟ ରଞ୍ଜନ ସାହୁ ଆଲୋଚନାରେ ଅଂଶଗ୍ରହଣ କରି ପ୍ରସ୍ତାବ ଦେଇଥିଲେ। ମହାନଦୀ କୂଳରେ ଅସ୍ଥାୟୀ ବସବାସ କରୁଥିବା ପରିବାରଙ୍କୁ ଜାଗାମିଶନରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବୀ କରାଯାଇଛି। ପ୍ରଥମ ସପ୍ତାହରେ ସବୁ ବିଭାଗ ସହିତ ସମୀକ୍ଷା ବୈଠକ ଡାକି କାର୍ଯ୍ୟକୁ ଅଗ୍ରଗତି ଦେବାପାଇଁ ବିଧାୟକ ପ୍ରକାଶ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ଟୁନୁରାମ ଅଗ୍ରୱାଲା, ଦେବାଶିଷ ପୁରୋହିତ, ମିନୁପ୍ରସାଦ ମିଶ୍ର, ସୂର୍ଜ୍ୟେନ୍ଦ୍ର କୁମାର ଶତପଥି ପ୍ରମୁଖ ଯୋଗଦାନ କରିଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories