ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡଃ ଏ ପି.ଜେ. ଅବଦୁଲ କଲାମଙ୍କ ନବମ ପୁଣ୍ୟ ତିଥି ପାଳନ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେପି ଅଳ୍ପ ସଂଖ୍ୟକ ମୋର୍ଚ୍ଚ ତରଫରୁ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ଏପିଜେ କଲାମଙ୍କ ନବମ ପୁଣ୍ୟ ତିଥିକୁ ମହାସମାରୋହେ ପାଳନ କରିବା ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟେ ଠାରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ତାଙ୍କର ବହୁମୁଖି ପ୍ରତିଭା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ବୌଦ୍ଧ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ସହିତ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ଜିଲ୍ଲା ସଭାପତି ଇମ୍ର।ନ ଖାଁନ, ଗୌତମ ବେହେରା, ଏସ୍କେ ଅମିର, ତାହିର ଖାଁନ, ନିରଞ୍ଜନ ଦାନୀ, ବେଗମ୍ ଆଲମ୍ ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.