www.samajalive.in
Saturday, December 6, 2025
16.1 C
Bhubaneswar

ଦୁତିକା ସାହୁ ମହାବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରେଙ୍ଗାଲି: ରେଙ୍ଗାଲିବ୍ଲକର ଲଇଡା ଗ୍ରାମ ଟାଙ୍ଗରଯୋର୍ ନିକଟସ୍ଥ କାଜୁ ପଡିଆରେ ଆଜି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ପଟୁଆ ଓ ଲଇଡା ଦୁତିକା ସାହୁ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ସଲିଲ କୁମାର ନାଏକଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲଇଡା ମହାବିଦ୍ୟାଳୟର ୟୁଥ ରେଡ୍ କ୍ରସ ଓ ଜାତୀୟ ସେବା ଯୋଜନାର ସମସ୍ତ ସ୍ବେଛାସେବୀ ଅଂଶଗ୍ରହଣ କରି ପାଞ୍ଚ ଶହରୁ ଅଧିକ ନିମ୍ବ ଓ କରଞ୍ଜ ବୃକ୍ଷ ଚାରାରୋପଣ କରିଥିଲେ। ଏନ୍. ଏସ୍. ଏସ୍ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ଓ କୈଳାସ ଚନ୍ଦ୍ର ବେହେରା ଏବଂ ୱାଇ. ଆର. ସି କାଉନସିଲର ଶ୍ରୀକାନ୍ତ କୁମାର ପଟେଲ, ଜିତେନ୍ଦ୍ର ପ୍ରସାଦ ସିଂଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଡ଼ଃ ବସନ୍ତ କୁମାର ନାୟକଙ୍କ ସମେତ ପ୍ରଫୁଲ୍ଲ କୁମାର ଭୋଇ, ଜୟନାରାୟଣ ଶତପଥି, ବିଶ୍ବନାଥ ପଟେଲ, ଅଲେଖ କୁମାର ଦ୍ବିବେଦି, ମଧୁମିତା ମିଶ୍ର, ଡ଼ଃ ନିରୋଜ ନଳିନୀ ପ୍ରଧାନ, ପ୍ରମୁଖ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସରୋଜ କୁମାର ପୂଜାରୀ, କବିର ଶରଣ ନାଏକ, ଡିପିଏ କଲେଜର ଅଧ୍ୟକ୍ଷ ଶୋଷିତ କୁମାର ନାଏକ, କୃଷକ ସଙ୍ଗଠନର ସମ୍ପାଦକ ରାଜେଶ କୁମାର ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ସହଯୋଗ କରିଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories