www.samajalive.in
Saturday, December 6, 2025
26.1 C
Bhubaneswar

୬ ମାସ ହେଲା ପୋଷ୍ଟ ଅଫିସର ଓଜନ ମେସିନ୍ ଅଚଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଥିବା ସବ୍ ପୋଷ୍ଟ ଅଫିସର ଓଜନ ମେସିନ୍ ଗତ ୬ମାସ ହେଲା ଅଚଳ ହୋଇ ପଡିଛି। ଅଚଳ ମେସିନକୁ ମରାମତି କରାଯାଉନାହିଁ କି ପ୍ରତିବଦଳରେ ନୁଆଁ ମେସିନ୍ ଯୋଗାଇ ଦିଆଯାଉନାହିଁ। ଫଳରେ ବ୍ୟାପକ ଅସୁବିଧା ଦେଖା ଦେଉଛି। ରେଜିଷ୍ଟି ଚିଠି, ପାର୍ସଲ୍ ଆଦିର ଓଜନ କରିବା ପାଇଁ ସାହି ପଡିଶାରେ ଥିବା ଦୋକାନକୁ ଯାଇ ଓଜନ କରାଯିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ସରକାର ଡାକ ସେବାର ଆଧୁନିକୀକରଣ ଓ ଭିତ୍ତିଭୂମିର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଚାର ପ୍ରସାର ହେଉଥିବା ବେଳେ ଲଇଡା ସବ୍-ପୋଷ୍ଟ ଅଫିସରେ ୬ମାସ ହେଲା ଓଜନ ମେସିନ୍ ଅଚଳ ହୋଇ ପଡି ରହିଥିଲେ ମଧ୍ୟ ନୂତନ ମେସିନ୍ ଯୋଗାଇ ନଦେବା ସରକାରଙ୍କ ତଥାକଥିତ ଡାକ ସେବା ଆଧୁନିକୀକରଣ ପ୍ରତି ଆନ୍ତରିକତା କେତେ ତାହା ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ସଚେତନ ମହଲରେ କ୍ଷୋଭ ପ୍ରକାଶ ପାଉଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories