www.samajalive.in
Saturday, December 6, 2025
15.1 C
Bhubaneswar

ପଦ୍ମପୁର ଅଦାଲତରେ ହାଜର ହେଲେ କୁଖ୍ୟାତ ମାଓ ନେତା ଆଜାଦ୍

ପଦ୍ମପୁର : ପଦ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର ହେଲେ କୁଖ୍ୟାତ ମାଓ ନେତା ଆଜାଦ୍ ( ଡୋନା କେଶବ ରାଓ ) । ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଶିକ୍ଷା ଅନୁଷ୍ଟାନ ତରଫରୁ ଚାନ୍ଦା ଆଦାୟ ଘଟଣାରେ  ଆଜାଦ୍  ଗିରଫ ହୋଇଥିଲେ। ୨୯/୧୨/୨୦୦୮ ମସିହାରେ କେନ୍ଦୁଗୁଡା ଫାଣ୍ଡି ଅଞ୍ଚଳରୁ ୧୨ ଲକ୍ଷ ଟଙ୍କା ଚାନ୍ଦା ଆଦାୟ ବେଳେ ପୁଲିସ୍ ଚଢାଉ କରି ଟଙ୍କା ଜବତ କରିଥିଲା। ବହୁ ଦିନ ଧରି ପଡ଼ି ରହିଥିବା କେଶକୁ ବିଚାରପାଇଁ ଆଦେଶ ଦିଆଯାଇ ଥିଲା।  ଆଜି ଏହି ମାମଲାରେ ପୁଲିସର କଡା ସୁରକ୍ଷା ମଧ୍ୟରେ ଝାରପଡା ଜେଲରୁ ପଦ୍ମପୁର ଅଦାଲତକୁ ଆଜାଦକୁ ଅଣାଯାଇଥିଲା। ପଦ୍ମପୁର ମାଜିଷ୍ଟ୍ରେଟଙ୍କ ଶୁଣାଣି ପରେ ଆଜି ଏହି ମାମଲା ଗୁଣୁପୁର ଅତିରିକ୍ତ ଜିଲା ଦ୍ବୈାରା ଜର୍ଜ କୋର୍ଟକୁ ସ୍ଥାନାନ୍ତର କରାଯାଇଥିବା ସୁଚନା ଦେଇଛନ୍ତି ଆଜାଦଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories