www.samajalive.in
Sunday, December 7, 2025
23.1 C
Bhubaneswar

ସଂସଦର ଗରିମା ରହୁ

ଦେଶର ସର୍ବୋଚ୍ଚ ପଞ୍ଚାୟତ ସଂସଦ ଯେଉଁଥିପାଇଁ ସୃଷ୍ଟି, ସେହି କାର୍ଯ୍ୟ ଠିକ୍‌ ଭାବରେ ହେଉନଥିବା ଦେଶବାସୀ ଅନୁଭବ କରୁଛନ୍ତି। ହଟ୍ଟଗୋଳ, କଳିତକରାଳ ଆଦିରେ ସଂସଦର ବହୁମୂଲ୍ୟ ସମୟ ନଷ୍ଟ ହେଉଛି। ଫଳରେ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ନେଇ ଆଲୋଚନା ବା ବିତର୍କ ସମ୍ଭବ ହେଉନାହିଁ। କେବଳ ମୋଦୀ ସରକାର ନୁହେଁ, ସବୁ ସରକାରଙ୍କ ଅମଳରେ ଏହା ଦେଖାଯାଉଛି। ଏପରି ବିସଙ୍ଗତି ନିଶ୍ଚିତଭାବେ ଚିନ୍ତାଜନକ ଓ ଦୁଃଖଦାୟକ। ଏହା କେବଳ କରଦାତାଙ୍କ ଅର୍ଥନଷ୍ଟ ନୁହେଁ, ଭାରତୀୟ ଗଣତନ୍ତ୍ରକୁ ଉପହାସ।
ସଂସଦୀୟ ପରିଚାଳନା ନେଇ ଅନୁଧ୍ୟାନ କରୁଥିବା ଏକ ସଂସ୍ଥା ପିଆର୍‌ଏସ୍ ଲେଜିସ୍‌ଲେଟିଭ୍ ରିସର୍ଚର ଏକ ଗବେଷଣା କହୁଛି ଯେ ମୋଦୀ ସରକାରଙ୍କ ଅମଳରେ ଗତବର୍ଷ, ଅର୍ଥାତ ୨୦୧୮ ସର୍ବାଧିକ ଅନୁତ୍ପାଦିିତ ବର୍ଷ ଥିଲା। ସେହିବର୍ଷ ସଂସଦର ପାଞ୍ଚ ଘଣ୍ଟା ଭିତରୁ ଚାରିଘଣ୍ଟା କେବଳ ହଟ୍ଟଗୋଳରେ ନଷ୍ଟ ହୋଇଥିଲା। ସୂଚନାଯୋଗ୍ୟ, ସଂସଦର ପ୍ରତି ମିନିଟ୍‌ ପାଇଁ ୨୯ ହଜାର ଟଙ୍କା କରଦାତା ବହନ କରନ୍ତି। ସେହି ହିସାବରେ ଗତବର୍ଷ ପ୍ରାୟ ୧୯୮ କୋଟି ଟଙ୍କା ପାଣିରେ ପଡ଼ିଥିଲା। ଏହା କେବଳ ଲୋକସଭାର ହିସାବ। ଭାରତ ଭଳି ଏକ ଗରିବ ଦେଶରେ ଏତେଗୁଡ଼ାଏ ଟଙ୍କା ବରବାଦ ହେବା କେବଳ ଅସହନୀୟ ନୁହେଁ, ଆପରାଧିକ କାର୍ଯ୍ୟରେ ଗଣା ହେବା କଥା। ଆମ ଲୋକପ୍ରତିନିଧିମାନେ ଏଥିପ୍ରତି କେବେ ସଚେତନ ହେବେ? କୌଣସି ବିଷୟ ନେଇ ସମ୍ଭ୍ରମତାର ସହ ତଥ୍ୟ ରଖି ନିଜ ମତ ରଖିବା ପାଇଁ ଅନ୍ୟର ମତାମତକୁ ଗୁରୁତ୍ବ ଦେଇ ଶୁଣିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ। ଅଯଥା ହଟ୍ଟଗୋଳ, ପାଟିତୁଣ୍ଡ କରି ଗଣତନ୍ତ୍ର ଓ ସଂସଦର ଗରିମାକୁ ସେମାନେ ନଷ୍ଟ କରୁଛନ୍ତି, ଏହି ମହାମାନ୍ୟମାନେ ତାହା ବୁଝିବା ଜରୁରୀ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories