www.samajalive.in
Saturday, December 6, 2025
17.1 C
Bhubaneswar

ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥର ସଫଳତା

ଡେସ୍କ: ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲିଙ୍କ୍ ପ୍ରକଳ୍ପ (୩୦୧ କିଲୋମିଟର) ନିର୍ମାଣ କାର୍ଯ୍ୟରେ ନିୟୋଜିତ ରେଳପଥର ନିର୍ମାଣ ବିଭାଗର ଇଞ୍ଜିନିୟରିଂ ଟିମ୍ ମାଧପୁର ବନ ରେଞ୍ଜର ଦୁର୍ଗମ ସଂରକ୍ଷଣ ଜଙ୍ଗଲ ଅନ୍ତର୍ଗତ ଆଢ଼େଣିଗଡ଼-ଚାରିଛକ ରେଳ ସେକ୍ସନ ମଧ୍ୟରେ ୪ ହଜାର ୧୮୫ ମିଟର ଲମ୍ବ ଟନେଲ ସହିତ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏକ ଏସ୍କେପ ଟନେଲର ବ୍ରେକଥ୍ରୁ କାର୍ଯ୍ୟ ଆଜି କରାଯାଉଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପର ମୋଟ ୩୦୧ କିଲୋମିଟର ମଧ୍ୟରୁ ୧୫୨.୮୦୫ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି। ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ଲାଇନ ନିର୍ମାଣ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ୪୭ କିଲୋମିଟର କାର୍ଯ୍ୟ ଶେଷ ହୋଇଛି। ଏହା ବ୍ୟତୀତ ସୋନପୁର ଠାରୁ ଝରମୁଣ୍ଡା ପର୍ଯ୍ୟନ୍ତ ୨୮.୭୬୫ କି.ମି. ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଛି। ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ ୭୩ କିଲୋମିଟର ପର୍ଯ୍ୟନ୍ତ ସେଗମେଣ୍ଟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।ଏହା ସହିତ ଟନେଲ କାର୍ଯ୍ୟକୁ ମଧ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories