www.samajalive.in
Monday, December 15, 2025
26.1 C
Bhubaneswar

ଇସ୍ରାଏଲରେ କାମ କରୁଛନ୍ତି ୪୮୨୫ ଭାରତୀୟ ଶ୍ରମିକ

ଡେସ୍କ: ଇସ୍ରାଏଲ୍‌‌ରେ ୪ ହଜାର ୮୨୫ ଜଣ ଭାରତୀୟ ଶ୍ରମିକ ନିୟୋଜିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, ଇସ୍ରାଏଲ୍‌‌ରେ ଭାରତୀୟ ଶ୍ରମିକଙ୍କ ନିୟୋଜନ ନେଇ କୌଣସି କେନ୍ଦ୍ରୀୟ ଟ୍ରେଡ୍‌‌ ୟୁନିୟନ୍‌‌ ଅଭିଯୋଗ କରିନାହାନ୍ତି। ଇସ୍ରାଏଲ୍‌‌ର ଶ୍ରମ ଆଇନ୍‌‌ ଓ ଅଧିକାର ଅନୁଯାୟୀ ଭାରତୀୟ ଶ୍ରମିକମାନେ ବୁଝାମଣାପତ୍ର ସ୍ୱାକ୍ଷର କରି ସେଠାରେ ନିୟୋଜନ ହୋଇଛନ୍ତି। ସେମାନଙ୍କୁ ରହିବା, ମେଡିକାଲ୍‌‌ ସୁବିଧା ଏବଂ ସାମାଜିକ ସୁରକ୍ଷା ଯୋଗଇ ଦିଆଯାଉଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରେ ୪ ହଜାର ୪୧୫ ଜଣ ଉତ୍ତରପ୍ରଦେଶର ହୋଇଥିବା ସେ ଗୃହକୁ ଜଣାଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories