www.samajalive.in
Monday, December 15, 2025
26.1 C
Bhubaneswar

ଏହି ଫୋନରେ ମିଳୁଛି ୫ ହଜାର ଟଙ୍କାର ଉପହାର

ନୂଆଦିଲ୍ଲୀ : ଓ୍ବନପ୍ଲସ୍ ନିକଟରେ ଏକ ଫୋନ୍ ଲଞ୍ଚ୍ କରିଛି ଯାହାର ନାଁ ରହିଛି ନୋର୍ଡ ୪ । ଏଥିରେ କମ୍ପାନୀ ଅନେକ ରିହାତି ଏବଂ ଉପହାର ଦେଉଛି । ଓ୍ବନପ୍ଲସ୍ ନୋର୍ଡ ୪କୁ ବିକ୍ରି କରିବା ପାଇଁ ଏକ ଅଫଲାଇନ୍ ସେଲର ଘୋଷଣା କରାଯାଇଛି । ଏହାର ଫାଇଦା କେହି ବି ଉଠାଇ ପାରିବେ । ଅଫଲାଇନ ନୋର୍ଡ୪କୁ କ୍ରୟ କଲେ ୪୯୯୯ ଟଙ୍କାର ଏକ ଉପହାର ମିଳିବ । ଆସନ୍ତୁ ଜାଣିବା..

ଓ୍ବନପ୍ଲସର ଏହି ଇଭେଣ୍ଟ ୨୬ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହା ସକାଳ ୧୧ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ଅନଲାଇନରେ କ୍ରୟ କଲେ ଏଥିରେ ୩ ହଜାର ଟଙ୍କା କ୍ୟାଶବ୍ୟାକ୍ ମିଳିବ ଯାହାକି ଏହାର ୮ ଜିବି ୨୫୬ ଜିବି ଏବଂ ୧୨ ଜିବି ଓ ୨୫୬ ଜିବି ଭେରିଏଣ୍ଟରେ ମିଳିବ । ଏହି ଅଫର ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଓ ଓ୍ବନକାର୍ଡ କ୍ରେଡିଟ୍ କାର୍ଡ ବ୍ୟବହାର କରିବାକୁ ହେବ ।  ଅଫଲାଇନରେ କିଣିଲେ ଗ୍ରାହକଙ୍କୁ ଏହି ମୋବାଇଲ ସହିତ ୪୯୯୯ ଟଙ୍କା ମୂଲ୍ୟର ଓ୍ବନପ୍ଲସ ବ୍ୟାକପ୍ୟାକ୍ ମାଗଣା ମିଳିବ ।

- Advertisement -

ଫୋନରେ ୬.୭୪ ଇଞ୍ଚର ଓଏଲଇଡି ଡିସପ୍ଲେ ରହିଛି ଯାହା ୧୨୦ ହର୍ଜ ରିଫ୍ରେଶ ରେଟ୍ ଏବଂ ୨୧୫୦ ନିଟ୍ସ ପିକ୍ ବ୍ରାଇଟେସ୍ ସହ ଆସିଥାଏ । ଏଥିରେ ୪ ବର୍ଷର ଆଣ୍ଡ୍ରଏଡ୍ ଅପଡେଟ୍ ଏବଂ ୬ ବର୍ଷର ସିକ୍ୟେରିଟି ଅପଡେଟ୍ ମିଳିବ । ଏଥିରେ ୫୫୦୦ ଏମଏଏଚର ବ୍ୟାଟେରୀ ରହିଛି । କମ୍ପାନୀ ସୂଚନା ଅନୁସାରେ ଏହା ମାତ୍ର ୨୮ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ । ଫଟୋଗ୍ରାଫି ପାଇଁ ଏଥିରେ ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ସହିତ ୮ ମେଗାପିକ୍ସେଲର ଅଲ୍ଟ୍ରାଓ୍ବାଇଡ୍ କ୍ୟାମେରା ରହିଛି । ସେହିଭଳି ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ସେନ୍ସର ରହିଛି ।

ଇସ୍ରାଏଲରେ କାମ କରୁଛନ୍ତି ୪୮୨୫ ଭାରତୀୟ ଶ୍ରମିକ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories