www.samajalive.in
Saturday, December 6, 2025
17.1 C
Bhubaneswar

ନିଆରା ବିବାହ – ବୈଦିକ ରୀତିରେ ନେପାଳୀ ଝିଅକୁ ବାହାହେଲେ ଓଡିଆ ପୁଅ

କଳାପଥର (ବାଙ୍କୀ): ଦୁବାଇର ଏକ ମଲରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ, ଏବେ ବୈଦିକ ରୀତିନୀତିରେ ଗ୍ରାମ ଦେବୀଙ୍କ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ। ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ଭେଡା ରାମଚନ୍ଦ୍ରପୁରରେ। ଗାଁର ଗ୍ରାମଦେବୀଙ୍କ ମନ୍ଦିର ଠାରେ ବୈଦିକ ରୀତିନୀତିରେ ଉଭୟ ପରିବାରର ସହମତିରେ ବିବାହ କାର୍ଯ୍ୟ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଲଳିତ କୁମାର ମହାପାତ୍ରଙ୍କ ସମେତ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଛି। ନବବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ ଗାଁର ମୁରବି ସାହି ପଡିସା ଓ ପରିବାର ଲୋକେ ଉପସ୍ଥିତ ଥିଲେ। ଭେଡା ରାମଚନ୍ଦ୍ରପୁର ଗାଁର କାମଦେବ ଗୋଛିଙ୍କ ପୁଅ ରାକେଶ କୁମାର ଗୋଛି କାମ କରିବାକୁ ଦୁବାଇ ଯାଇଥିଲେ। ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟରତ ରହିଥିଲେ। ଏହାରି ଭିତରେ ଏକ ମଲରେ ଦେଖା ହୋଇଥିଲେ ନେପାଳର ଝିଅ ଜଗତ ମାୟା। ସେହି ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଏବେ ଏ ପ୍ରେମ ସମ୍ପର୍କ ଉଭୟ ପରିବାରର ସହମତିରେ ଭେଡା ରାମଚନ୍ଦ୍ରପୁରର ଗ୍ରାମଦେବୀଙ୍କ ମନ୍ଦିର ଠାରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ଜୀବନ ସାଥି ପାଲଟିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories