www.samajalive.in
Monday, December 15, 2025
24.1 C
Bhubaneswar

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ; ଦ୍ୱିତୀୟ ଦିନରେ ‘ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ପାରିତ’

ସମାଜ ଡିଜିଟାଲ ଡେସ୍କ: ବିଜେପି ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ବୈଠକରେ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପ ପାରିତ ହୋଇଛି । ରାଜନୈତିକ ଚିଠା ପ୍ରସ୍ତାବ ପାରିତ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାଷା ଭିତ୍ତିରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଗଠିତ । ୨୦୩୬କୁ ଆମେ ରାଜ୍ୟ ଗଠନର ଶତବାର୍ଷିକୀ ପାଳନ କରିବୁ । ଏହାକୁ ଆଉ ୧୨ବର୍ଷ ରହିଲା, ଆଧୁନିକ ଓଡ଼ିଶା ଗଠନ ପାଇଁ କାର୍ଯ୍ୟକାରିଣୀରେ ସଂକଳ୍ପ ନିଆଯାଇଛି । ଏହାସହିତ ବୈଠକରେ ସଂସଦରେ ଓ ସଂସଦ ଭବନ ବାହାରେ କଂଗ୍ରେସର ଆଚରଣକୁ ନେଇ ନିନ୍ଦା କରାଯାଇଛି । ହିନ୍ଦୁ ସମାଜକୁ ଆଘାତ ଦେଲା ଭଳି ମନ୍ତବ୍ୟ ଦେଇଥିବାରୁ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ଜରୁରିକାଳୀନ ପରିସ୍ଥିତି ପାଇଁ ସମ୍ବିଧାନ ହତ୍ୟା ଦିବସ ବି ପାଳନ କରାଯିବ ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏହାସହିତ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁର୍ନୀତିମୁକ୍ତ ସେବା ପ୍ରଦାନ କରିବୁ । ୫ଟି ନାଁରେ ବର୍ଷକୁ ୫୦ହଜାର କୋଟି ଟଙ୍କା ଲୁଟ୍‍ ହେଉଥିଲା । ସୂର୍ଯ୍ୟାଲୋକରେ ଡକାୟତି ପାଇଁ ଓଡ଼ିଶା ଏନ୍ତୁଡିଶାଳ ପାଲଟିଥିଲା । ଦୁର୍ନୀତିମୁକ୍ତ ଓ ଲୋକାଭିମୁଖି ସରକାରୀ ବ୍ୟବସ୍ଥା ପହଞ୍ଚାଇବୁ । ଧାଡିର ଶେଷରେ ଛିଡା ହୋଇଥିବା ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବୁ । ଓଡ଼ିଶାରେ ସନ୍ତୁଳିତ ବିକାଶ ପାଇଁ ଚେଷ୍ଟା ଜାରି ରହିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories