ଗ୍ରାହକଙ୍କ ପାଇଁ ଏମିିତି ସୁବିଧା ଆଣିଲା କମ୍ପାନୀ, ଆଜି ହିଁ ନିଅନ୍ତୁ ଏହି ଇଲେକ୍ଟ୍ରିକ୍ ବାଇକ୍
ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ରିଭୋଲ୍ଟ ନିଜ ବିକ୍ରି ବଢାଇବା ପାଇଁ ଗ୍ରାହକଙ୍କୁ ଏକ ନୂଆ ଅଫର ଦେଉଛି । ଏଥିରେ କମ୍ପାନୀ ଅନେକ ନୂଆ ଫାଇନାନ୍ସ ସ୍କିମ୍ ନେଇଆସିଛି । ଏହି ସ୍କିମ୍ ଅନୁସାରେ ଜିରୋ ଡାଉନ ପେମେଣ୍ଟରେ ମଧ୍ୟ ଗ୍ରାହକ ଆରଭି ୪୦୦ ଇଲେକ୍ଟ୍ରିକ୍ ବାଇକ୍ କିଣିପାରିବେ । ଏଥିପାଇଁ ଗ୍ରାହକଙ୍କୁ ମାତ୍ର ୪,୪୪୪ ଟଙ୍କା ମାସିକ କିସ୍ତି ଦେବାକୁ ପଡିବ । ଅର୍ଥାତ୍ ଗ୍ରାହକ ବିନା ପୈଠରେ ମଧ୍ୟ ଗାଡି ଘରକୁ ନେଇପାରିବେ ଏବଂ ପରେ କିସ୍ତି ଅନୁସାରେ ଧିରେ ଧିରେ ପୈଠ କରିବେ । ଗ୍ରାହକଙ୍କୁ ଡିଜିଟାଲ ପ୍ରକ୍ରିୟା ଦ୍ବାରା ଏହି ସ୍କିମର ଫାଇଦା ମିଳିବ ।
ରିଭୋଲ୍ଟ ଆରଭି ୪୦୦ ଇଭି ମୋଟରସାଇକେଲରେ ୩ କେଡବ୍ଲୁ ମୋଟର ମିଳିଥାଏ ଯାହାକୁ ୭୨ ଭୋଲ୍ଟ, ୩.୨୪ କେଡବ୍ଲୁଏଚ୍ ଲିଥିୟମ୍-ଆୟନ ବ୍ୟାଟେରୀ ସହିତ ଯୋଡାଯାଇଛି । ବାଇକର ଟପ୍ ସ୍ପିଡ୍ ୮୫ କିଲୋମିଟର ପ୍ରତି ଘଣ୍ଟା । ବାଇକକୁ ଥରେ ଚାର୍ଜ କଲେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ବାଇକରେ ୩ ରାଇଡିଂ ମୋଡ୍ ଇକୋ, ନର୍ମାଲ ଏବଂ ସ୍ପୋର୍ଟ ମିଳିଥାଏ । ୟୁଏସଡି ଫୋର୍କ୍ସ ଫ୍ରଣ୍ଟ୍ ସହିତ ରିୟରରେ ମୋନୋଶକ୍ ସସପେନ୍ସନ ମିଳିଥାଏ । ଏହା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଯେଉଁଥିରେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରାଯାଇଛି । ଏଥିରେ ଅନେକ ସ୍ମାର୍ଟ ଫିଚର ରହିଛି ଯଥା ରିମୋର୍ଟ ସ୍ମାର୍ଟ ସପୋର୍ଟ, ରିୟଲ ଟାଇମ ଇନଫୋର୍ମେସନ, ଜିୟୋ ଫେସିଂ ଆଦି ସାମିଲ ।
Comments are closed.