www.samajalive.in
Sunday, December 7, 2025
26.1 C
Bhubaneswar

ମିଲେଟ ମିଶନ: ପ୍ରଚାର ବେଶୀ, ଉତ୍ପାଦନ କମ

ଧର୍ମଗଡ଼: ସରକାର ଧାନ ବ୍ୟତୀତ ପାରମ୍ପରିକ ପୌଷ୍ଟିକଯୁକ୍ତ ଆହାର‌ ପାଇଁ ମିଲେଟ(ମାଣ୍ଡିଆ) ଚାଷକୁ ଏକ ମିଶନରେ ନେଇଥିଲେ। କଳାହାଣ୍ଡିରେ କୋକସରା, ଗୋଲାମୁଣ୍ଡା ଓ ମଦନପୁର ରାମପୁର ବ୍ଲକକୁ ପାଇଲଟ ପ୍ରକଳ୍ପ ହିସାବରେ ନେଇ ମିଲେଟ ଚାଷ ବିଶେଷତଃ ମାଣ୍ଡିଆ ଚାଷକୁ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଅନେକ ସ୍ଥାନରେ କେବଳ କାଗଜପତ୍ରରେ ମାଣ୍ଡିଆ ଚାଷ ହେଉଥିବା ଅଭିଯୋଗ ହୋଇଛି। ଗତ ବୁଧବାର କୋକସରା ପଞ୍ଚାୟତ ସମିତି ବୈଠକରେ ଏ ନେଇ ଉଦବେଗ ପ୍ରକାଶ ପାଇଥିଲା। ବ୍ଲକ ଅଧ୍ୟକ୍ଷ ରାଜୁ ଅଗ୍ରଓ୍ଵାଲ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ।

ବୈଠକରେ ଉପସ୍ଥିତ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଜୋଷୀ ମଧ୍ୟ ମିଲେଟ ମିଶନ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ। ସୂଚନାଯୋଗ୍ୟ, ମିଲେଟ ମିଶନରେ ଚାଷ ପାଇଁ ହିତାଧିକାରୀଙ୍କୁ ବିହନ ଯୋଗାଣ ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଏ। ୭୫୦୦-୪୫୦୦ ମଧ୍ୟରେ ଏହି ପ୍ରୋତ୍ସାହନ ରାଶି ମିଳିଥାଏ। ଅମଳ ପରେ ତା’ର ବିକ୍ରୟ ବ୍ୟବସ୍ଥା ମଧ୍ୟ ସରକାରୀ ସ୍ତରରେ ହୋଇଥାଏ। କିନ୍ତୁ ଅଭିଯୋଗ ହୋଇଛି ଯେ, କୋକସରାରେ କମ ଜମିରେ ଚାଷ ହୋଇ ବ୍ୟାପକ ଚାଷ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ଏପରି କି କିଛି ହିତାଧିକାରୀଙ୍କୁ ଦୁଇ ଶହ ଟଙ୍କା ଲେଖାଏଁ ଦେଇ ସେମାନଙ୍କଠାରୁ ବାକି ପ୍ରୋତ୍ସାହନ ରାଶି ଉଠାଣ କରାଯାଇଛି। ଏହା ସହ ମିଟେଲ ସଂଗ୍ରହ ନାଁରେ ମଧ୍ୟ ରାଜ୍ୟ ବାହାରୁ ମାଣ୍ଡିଆ ଆଣି ପୁଣି ଥରେ ତାକୁ ଏଠାରେ କ୍ରୟ କରାଯାଇ ସରକାରୀ ଅର୍ଥ ଲୁଟ କରାଯାଉଥିବା ଅଭିଯୋଗ ହେଉଛି। ମିଲେଟ ମିଶନ ଯୋଜନାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, କୋକସରାରେ ପ୍ରଥମ ପର୍ଯ୍ୟାୟରେ ୫୫୫ ହେକ୍ଟରରେ ମିଲେଟ ଚାଷ କରାଯାଇଥିଲା। ଚଳିତ ବର୍ଷ ୮୮୫ ହେକ୍ଟର ଜମିରେ ମିଲେଟ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୧୬ ମସିହାରେ ତତ୍କାଳୀନ ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ୨୦୧୭-୧୮ରେ ୭ଟି ଜିଲ୍ଲାର ୩୦ଟି ବ୍ଲକ, ୨୦୨୦-୨୧ରେ ୧୫ଟି ଜିଲ୍ଲାର ୮୪ ବ୍ଲକ, ୨୦୨୨-୨୩ରେ ୧୯ଟି ଜିଲ୍ଲାର ୧୪୨ ବ୍ଲକକୁ ସଂପ୍ରାସାରଣ କରାଯାଇଥିଲା। ତେବେ ଏହି ମିଶନରେ ଚାଷୀ ଲାଭବାନ ହେବା ବଦଳରେ କିଛି ଏନଜିଓ ମାଲିକ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories