www.samajalive.in
Friday, December 5, 2025
20.1 C
Bhubaneswar

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବେ ନର୍ଲା ମାଟିର ସନ୍ତାନ

ନର୍ଲା: କଳାହାଣ୍ଡି ବ୍ଲକ୍ ଘୋଡବନ୍ଧ ଗ୍ରାମର ତପନ ମାଝୀ ଓ ମମତା ମାଝୀଙ୍କ ସନ୍ତାନ ତଥା ଲାଞ୍ଜିଗଡ ଡିଏଭି ବେଦାନ୍ତ ଇଣ୍ଟରନ୍ୟାଶନାଲ ସ୍କୁଲର ୮ମ ଶ୍ରେଣୀର ଛାତ୍ର ଓଁକାର ମାଝୀ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ୧୫ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଁକାର ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଚଳିତ ମାସ ୨୯ ତାରିଖରୁ ଜୁଲାଇ ୮ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବେ। ଏହା ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। କୋଚ୍ ସିମାଞ୍ଚଳ କାଦ୍ରାକାଙ୍କଠାରୁ ତାଲିମ ଗ୍ରହଣ କରି ଓଁକାର ଏହି ସଫଳତା ହାସଲ କରିଥିବା ପ୍ରକାଶ କରିଛନ୍ତି । ନର୍ଲା ଅଞ୍ଚଳରେ ଓଁକାରଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories