www.samajalive.in
Friday, December 5, 2025
23.1 C
Bhubaneswar

୬୫୨ ବୋତଲ କଫସିରପ୍‌‌ ଜବତ କଲା ଅବକାରୀ ବିଭାଗ: ୪ଗିରଫ

ସମ୍ବଲପୁର :  ଜିଲା ଅବକାରୀ ବିଭାଗ ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରାକୁ ଧ୍ୟାନରେ ରଖି ନିଶାଦ୍ରବ୍ୟର ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅଭିଯାନ ଜାରି ରହିଛି। ମୋଟ ୩ଟି ସ୍ଥାନରେ ଚଢଉ କରାଯାଇ ମୋଟ ୬୫୨ କଫ ସିରପ ବୋତଲ ଜବତ କରିଛି ଅବକାରୀ ବିଭାଗ। ରବିବାର କରାଯାଇଥିବା ଚଢ଼ଉ ସମୟରେ ପେନସନପଡା ନିବାସୀ ମହମ୍ମଦ ଜାହିର (୨୨) ଓ ମାୟାବଗିଚା ନିବାସୀ ସୋନୁ ସାହୁ (୨୫)ଙ୍କୁ ଗିରଫ କରିବା ସହ ସମୁଦାୟ ୫୦୦ ବୋତଲ କଫସିରପ ଜବତ କରିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି।
ସେହିଭଳି ରବିବାର ଅନ୍ୟ ଏକ ଚଢ଼ଉ ମୁଦିପଡା ପାଣିଟାଙ୍କି ପଡା ଅଞ୍ଚଳରେ କରାଯାଇଥିଲା। ଚଢ଼ଉ ସମୟରେ ମୀନା ନାୟକ ନାମକ ଜଣେ ୩୦ ବର୍ଷିୟ ମହିଳାଙ୍କ ନିକଟରୁ ବେଆଇନ ଭାବରେ ରଖାଯାଇଥିବା ୨୨ଟି ନିଶା କଫ ସିରପ ବୋତଲ ଜବତ ହୋଇଥିଲା। ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନାଦିଆଯାଇଛି। ସେହିପରି ଶନିବାର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଅନ୍ତର୍ଗତ ହୀରାକୁଦ କଲୋନୀ ଅଞ୍ଚଳରେ ଚଢ଼ଉ ସମୟରେ ରୁକିୟା ବେଗମ ନାମକ ଜଣେ ମହିଳାଙ୍କ ନିକଟରୁ ୧୩୦ ବୋତଲ ନିଶା କଫ ସିରପ ବେଆଇନ ଭାବରେ ରଖାଯାଇଥିବା ସମୟରେ ଜବତ କରାଯାଇଛି। ଏଥିସହ ମହିଳା ଜଣକ ବେଆଇନ ଭାବରେ ଏହି କଫସିରପ ଗୁଡିକୁ ଏକ ସ୍କୁଟି ଜରିଆରେ ଚାଲାଣ କରୁଥିବାରୁ ଉକ୍ତ ଗାଡିକୁ ମଧ୍ୟ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଫଳରେ ୨ ଦିନ ମଧ୍ୟରେ ୩ଟି ସ୍ଥାନରେ ଚଢ଼ଉ କରି ପୁଲିସ ସମୁଦାୟ ୬୫୨ଟି କଫ ସିରପ ବୋତଲ ଜବତ କରିବା ସହିତ ୨ଜଣ ଯୁବକ ଓ ୨ଜଣ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories