www.samajalive.in
Saturday, December 6, 2025
26.1 C
Bhubaneswar

ଏଲବ୍ରୁସ୍‌ ଗିରିଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ

ଭବାନୀପାଟଣା: ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଆରୋହଣ କରିବାରେ କଳାହାଣ୍ଡିର ପର୍ବତାରୋହୀ ରାହୁଲ ପଧାନ ସଫଳ ହେଇଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଦିନ ମାଉଣ୍ଟ ଏଲବ୍ରୁସ ଶୀର୍ଷରେ ପହଞ୍ଚି ସେଠାରେ ସେ ଭାରତର ଜାତୀୟ ପତାକା ଉଡ଼ାଇଥିଲେ। ତାଙ୍କ ସହିତ ହିମାଚଳପ୍ରଦେଶ ଏବଂ ହରିୟଣାର ଦୁଇ ପର୍ବତାରୋହୀ ସାମିଲ ହେଇଥିଲେ। ପବନର ବେଗ ଅଧିକ ଥିବା, ବରଫପାତ ଭଳି ପାଗ ଖରାପ ସତ୍ତ୍ୱେ ପ୍ରତିକୂଳ ପରିସ୍ଥିତିରେ ସେ ଓ ତାଙ୍କ ଦଳ ମାଉଣ୍ଟ ଏଲବ୍ରୁସ୍‌ ଶୀର୍ଷରେ ପହଞ୍ଚିଥିଲେ

ଉଲ୍ଲେଖଯୋଗ୍ୟ, ଏହି ପର୍ବତାରୋହଣ ପାଇଁ ରାହୁଲ ଗତ ୬ ତାରିଖ ଦିନ ଏଠାରୁ ଦିଲ୍ଲୀ ଯାତ୍ରା କରି, ୯ ତାରିଖ ଦିନ ରୁଷ ଅଭିମୁଖେ ଯାତ୍ରା କରିଥିଲେ। ପରେ ୧୪ ତାରିଖ ଦିନ ଟ୍ରେସକୋଲ ବେସକ୍ୟାମ୍ପରୁ ବାହାରି ୧୫ ତାରିଖ ଦିନ ୧୦ ଟାରେ ୫୬୪୨ ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ଏଲବ୍ରୁସ୍‌ ଶୀର୍ଷରେ ପହଞ୍ଚିଥିଲେ। ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ବ୍ୟାସଦେବ ପଧାନ ଏବଂ ଆରତୀ ପଧାନଙ୍କ ପୁଅ ରାହୁଲ ପୂର୍ବରୁ ରାଜ୍ୟ ଓ ଦେଶର ଅନେକ ଗିରିଶୃଙ୍ଗ ଆରୋହଣ କରିଛନ୍ତି। ରାହୁଲ ସଫଳତାର ସହ ମାଉଣ୍ଟ ଏଲବ୍ରୁସ୍‌ ଆରୋହଣ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories