ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମିରର କଠୁଆ ମାଚେଡ଼ି ଅଞ୍ଚଳରେ ସେନା ଗାଡ଼ି ଉପରେ ବଡ଼ଧରଣର ଆତଙ୍କୀ ହମଲା ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣ ପରେ ଅନ୍ୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀମାନଙ୍କ ଆକ୍ରମଣରେ ୪ଜଣ ଯବାନ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଥିଲେ। ସେହିପରି ଏହି ଆତଙ୍କୀ ହମଲାରେ ୬ଜଣ ଯବନା ଗୁରୁତର ହୋଇଛନ୍ତି। ସୋମବାର ଅପରାହ୍ନରେ କଠୁଆର ମାଛେଡି ଅଞ୍ଚଳରେ ଆତଙ୍କବାଦୀମା​‌ନେ ଯବାନମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି।

ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ପାହାଡ଼ ଉପରେ ଲୁଚି ରହି ଏକାଧିକ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ।  ଯବାନମାନେ ପାଲଟା ଆକ୍ରମଣ ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନମାନଙ୍କ ସହିତ କିଛି ସମୟ ଗୁଳି ବିନିମୟ କରିବା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ମଧ୍ୟ ଦେଇ ଖସି ଯାଇଥିଲେ। ତେବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜଙ୍ଗଲ ମଧ୍ୟରେ ଯବାନମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହି ସର୍ଚ୍ଚ ଅପରେସନରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ସାମିଲ କରାଯାଇଛି।

Comments are closed.