ମା’ ଜଳମଡିଏନ ଦେବୀଙ୍କ ସିରଜିନା  ପୂଜାପୀଠ ପ୍ରତିଷ୍ଠା ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ : ସୋମବାର ରେମଣ୍ଡା ଗ୍ରାମରେ ମା’ ଜଳମଡିଏନ ଦେବୀଙ୍କର ମାଳିବାରି ସ୍ଥିତ ନବ ନିର୍ମିତ ସିରଜିନା  ପୂଜାପୀଠ ପ୍ରତିଷ୍ଠା ହୋଇଯାଇଅଛି।  ଏ ଅବସରରେ କୃଷ୍ଣଚନ୍ଦ୍ର ପଟେଲ ଓ ଲକ୍ଷ୍ମୀ ପଟେଲ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ। ପୁରୋହିତ ଭୁବନେଶ୍ୱର ଶତପଥୀ ଓ ଗଙ୍ଗାଧର ପଣ୍ଡା ପୁଜା କାର୍ଯ୍ୟ ସଂପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅରୁଣ ପଟେଲ, ବାବୁଲାଲ ପଟେଲ, ରାଜମୋହନ ପଟେଲ, ବାଲକୃଷ୍ଣ ପଟେଲ, ଜପେଶ୍ବର ପଧାନ,ପାଣ୍ଡବ କର,ଗଜାନନ ପଟେଲ, ପଞ୍ଚାନନ ପଟେଲ, ବାବୁଲାଲ ପଟେଲ,ମକୁନ୍ଦ ମହାରଣା ,ସତ୍ୟବାନ ପଟେଲ ,ପୁରନ୍ଦର ପଟେଲ ତଥା କୁମ୍ଭାର ପଡାର ମାଳି ସମାଜର ସମସ୍ତ କର୍ମକର୍ତ୍ତା  ସାହାଯ୍ୟ ଓ ସହଯୋଗ କରିଥିଲେ।ଭକ୍ତ ମାନଙ୍କପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ଏ ଅବସରରେ ନରସିଂହ ମହିଳା ସଂକୀର୍ତ୍ତନ୍ୟ ପରିବେଷିତ ହୋଇଥିଲା।

Comments are closed.