ବଜାଜ ଫ୍ରିଡମ୍: ମାଇଲେଜ୍ ୧୧୫, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲର ବଜାର ପ୍ରବେଶ କରିଦେଇଛି । କମ୍ପାନୀ ଏହାକୁ ଫ୍ରିଡମ୍ ୧୨୫ ସିଏନଜି ନାଁ ଦେଇଛି । କମ୍ପାନୀ ଏହାକୁ ପୁଣେର ଚାକନ ପ୍ଲାଣ୍ଟରେ ଲଞ୍ଚ୍ କରିଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ଦେଶର ସବୁଠାରୁ ଅଧିକ ମାଇଲେଜ୍ ପ୍ରଦାନ କରୁଥିବା ମୋଟରସାଇକେଲ । କମ୍ପାନୀ ଏଥିରେ ହାଇବ୍ରିଡ୍ ସିଏନଜି ଟେକ୍ନୋଲୋଜି ବ୍ୟବହାର କରିଛି । କମ୍ପାନୀର କହିବାନୁସାରେ ଏହା ୧ କିଲୋ ସିଏନଜିରେ ୧୧୫ କିଲୋମିଟର ପର୍ଯ୍ୟନ୍ତ ଦୌଡିବ । ଏହାର ପ୍ରାରମ୍ଭିକ ଦାମ୍ ୯୫ ହଜାର ଟଙ୍କା ରଖିଛି କମ୍ପାନୀ ।

ବଜାଜ ଫ୍ରିଡମରେ ୧୨୫ ସିସି ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି ଯାହା ପେଟ୍ରୋଲ ଓ ସିଏନଜି ଉଭୟରେ ଚାଲିପାରିବ । ସିଏନଜି ଟ୍ୟାଙ୍କକୁ ସିଟ୍ ତଳେ ରଖାଯାଇଛି । ଇଞ୍ଜିନ୍ ୯.୫ ପିଏସ୍ ଓ ୯.୭ ଏନଏମର ପିକ୍ ଟର୍କ ପ୍ରଦାନ କରିବ । କେବଳ ସିଏନଜି ସିଲିଣ୍ଡର ଫୁଲ୍ କରିବା ପରେ ଏହା ୨୩୦ କି.ମି. ଯାତ୍ରା କରିପାରିବ । ଅର୍ଥାତ୍ ୧ କେଜିରେ ଏହା ୧୧୫ କିଲୋମିଟର ମାଇଲେଜ୍ ଦେବ । ପେଟ୍ରୋଲ ଓ ସିଏନଜି ଉଭୟକୁ ମିଶାଇ ୩୩୦ କି.ମି ଦୌଡିବ ଏହି ବାଇକ୍ ।

ଏହି ମୋଟରସାଇକେଲରେ ସିଟ୍ ତଳେ ସିଏନଜି ଟ୍ୟାଙ୍କ ଦିଆଯାଇଛି ଯାହା ବିଲକୁଲ ବି ନଜର ଆସୁନି । ଏହି ବାଇକ ସହିତ ୧୧ ସେଫ୍ଟି ଟେଷ୍ଟ କରାଯାଇଛି । କମ୍ପାନୀର କହିବାନୁସାରେ ଏହି ବାଇକ୍ ୧୨୫ ସିସି ସେଗମେଣ୍ଟରେ ସବୁଠାରୁ ବଡ୍ ସିଟ୍ ସହିତ ଆସିଛି । ମୋଟରସାଇକେଲରେ ଏଲଇଡି ହେଡଲ୍ୟାମ୍ପ ସହିତ ଡୁଆଲ କଲର ଗ୍ରାଫିକ୍ସ ମିଳିଥାଏ ଯାହା ବାଇକକୁ ଅଧିକ ଆକର୍ଷିତ କରିଥାଏ । ଏହି ମୋଟରସାଇକେଲକୁ ୩ ଭେରିଏଣ୍ଟ ସହିତ ଲଞ୍ଚ କରାଯାଇଛି । ଏହାର ସର୍ବନିମ୍ନ ଦାମ୍ ୯୫ ହଜାର ଟଙ୍କା ଥିବାବେଳେ ଏହାର ଉପର ଭେରିଏଣ୍ଟର ଦାମ୍ ୧.୦୫ ଲକ୍ଷ ଟଙ୍କା ରଖିଛି କମ୍ପାନୀ । ସେହିଭଳି ସର୍ବୋଚ୍ଚ ମଡେଲ କିଣିବା ପାଇଁ ଗ୍ରାହକଙ୍କୁ ୧.୧୦ ଲକ୍ଷ ଟଙ୍କା ଦେବାକୁ ପଡିବ ।

ଅଟକିଲେ ୩ ଠାକୁର

Comments are closed.