ଅଟକିଲେ ୩ ଠାକୁର

ପୁରୀ : ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଟଣାଯାଇଛି ରଥ । ତେବେ ଆଜି ବାଟରେ ଅଟକିଛନ୍ତି ତିନି ଠାକୁର ।  ସିଂହଦ୍ବାରଠାରୁ ମାତ୍ର ସ୍ବଳ୍ପ ଦୂର ଯାଇ କାଳିଆ ସାଆନ୍ତ ଅଟକିଥିବାବେଳେ ମରିଚିକୋଟ ଛକରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଟକି ରହିଲା ।  ସେହିଭଳି ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ଅଟକିଛି । ଆଜି ସମସ୍ତ ନୀତିକାନ୍ତି ଶେଷ ହେଲା ବେଳକୁ ଅପରାହ୍ନ ହୋଇଯାଇଥିଲା। ମନ୍ଦିର ଭିତରେ ଠାକୁରଙ୍କ ନବଯୌବନ ନୀତି ସହିତ ରଥନୀତି ମଧ୍ୟ କରାଯାଇଥିଲା। ବିଳମ୍ବରେ ରଥଟଣା ହୋଇଥିବାରୁ ଆଜି ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ପାରିନାହିଁ। ତେଣୁ ଆସନ୍ତାକାଲି ସକାଳୁ ଶରଧାବାଲି ପର୍ଯ୍ୟନ୍ତ ତିନି ରଥକୁ ଟାଣି ଟାଣି ନେବେ ଭକ୍ତ  ।

ଶ୍ରୀଜୀଉଙ୍କ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

Comments are closed.