www.samajalive.in
Sunday, December 7, 2025
26.1 C
Bhubaneswar

ହାତ୍ରାସ୍‌ ଦଳାଚକଟା ଘଟଣା: ତଦନ୍ତ ଆରମ୍ଭ , ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୁଲିସ୍

ଲକ୍ଷ୍ନୌ : କେମିତି ଓ କେଉଁ ପରିସ୍ଥିତିରେ ଉତ୍ତରପ୍ରଦେଶ ହାତ୍ରାସ ଦଳଚକଟା ଘଟଣା ଘଟିଲା। ଏଥିପାଇଁ ଦାୟୀ କିଏ ? ଆରମ୍ଭ ହୋଇଛି ତଦନ୍ତ। ଆଜି ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ସତସଙ୍ଗ ରେ ପ୍ରବଚନ ଦେଉଥିବା ଭୋଲେବାବାଙ୍କୁ ପୁଲିସ୍। ଉତ୍ତରପ୍ରଦେଶ ମଇନପୁରୀ ଜିଲ୍ଲାର ରାମକୁଟୀର ଚାରିଟେବୁଲ ଟ୍ରଷ୍ଟରେ ଯାଇ ତଦନ୍ତ ହେଉଛି। ରାତିତମାମ ପୁଲିସ୍ ଭୋଲେବାବାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ସୂଚନା ଅନୁସାରେ ଉତ୍ତର ପ୍ରଦେଶ (ୟୁପି)ର ହାତ୍ରାସ ଜିଲାରେ ମଙ୍ଗଳବାର ଏକ ସତସଙ୍ଗ (ପ୍ରାର୍ଥନା ସଭା) ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦଳାଚକଟା ଘଟି ୧୧୬ ଜଣ ପ୍ରାଣ ହରାଇଥିଲେ।  ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି। ଆହତଙ୍କୁ ହାତ୍ରାସ ଓ ନିକଟସ୍ଥ ଇଟାହ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି। ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଆୟୋଜକଙ୍କ ତ୍ରୁଟି ଦାୟୀ ବୋଲି କୁହାଯାଉଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତିି। ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଉତ୍ତର ପ୍ରଦେଶର ଦୁଇଜଣ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ ଏବଂ ସନ୍ଦୀପ ସିଂହଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆଗ୍ରା ଡିଭିଜନ ଅତିରିକ୍ତ ପୁଲିସ ମହାନିର୍ଦେଶକ ଏବଂ ଅଲିଗଡ କମିସନରଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ତଦନ୍ତ ଜାରି ରଖିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories