www.samajalive.in
Friday, December 5, 2025
26.1 C
Bhubaneswar

ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚାନ୍ଦିଖମଣ ଗାଁରେ ଗୋଷ୍ଠୀ ସଂଘର୍ଷ।  ଗତ ଶନିବାର ଜଙ୍ଗଲ ଜମି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଦୁଇ ଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କେଶଡିହା ଗାଁର ସିଙ୍ଗରାୟ ଖୁଣ୍ଟିଆ ବୋଲି ଜଣାପଡିଛି।  ଘଟଣା ଦିନ ଠାରୁ ଗାଁରେ ୧୪୪ ଧାରା ଜାରି କରାଯାଇ ବ୍ୟାପକ ପୁଲିସ୍ ମୂତୟନ ହୋଇଛନ୍ତି। ଗୋଷ୍ଠୀ ସଂଘର୍ଷ ରେ ଅନ୍ୟ ଗୁରୁତରମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେଶଡ଼ିହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଖମଣି ଜଙ୍ଗଲ କୁ ସଫା କରି ବହୁ ବର୍ଷ ପୂର୍ବରୁ କିଛି ଲୋକ ଗ୍ରାମ ସ୍ଥାପନ କରି ରହିଆସୁଥିଲେ। ବିଭିନ୍ନ ସ୍ଥାନରୁ ଲୋକେ ଆସି ଚାନ୍ଦିଖମଣ  ଗାଁ ନିକଟରେ ଜଙ୍ଗଲ ସଫା କରି ଘର କରିବା ସହ ଅସ୍ଥାୟୀ ଭାବରେ ପାଲ ଟାଣି ରହିଥିଲେ। ପୂର୍ବରୁ ଥିବା ଲୋକଙ୍କ ସହିତ ଏହି ନୂଆ ଆସିଥିବା ଲୋକ ମାନଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ବିବାଦ ଦେଖାଦେଇଥିଲା। ବିବାଦ ଯୋଗୁଁ ଜଙ୍ଗଲ ଜମି ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇ ଗତ ମାସ ୨୮ ତାରିଖ ଦିନ ଗାଁକୁ ଯାଉଥିବା ବେଳେ ରାସ୍ତାରେ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବାରୁ ସେ ଦିନ ମାପ ନ କରି ପାରି ପ୍ରଶାସନ ଫେରି ଆସିଥିଲା । ତେବେ ସେହି ଦିନ ଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ଗତ ଶନିବାର ଦିନ ପୁର୍ନବାର ଏହି ଜମି କୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ନୂଆ ବସ୍ତି ଓ ପୁରୁଣା ବସ୍ତି  ର ଶତାଧିକ ଲୋକେ ମାରଣାସ୍ତ୍ର ସହ ଠେଙ୍ଗା ବାଡ଼ି ଧରି ଉଭୟ ପକ୍ଷ ଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା। ଗଣ୍ଡଗୋଳ ସମୟରେ ଉଭୟ ଗୋଷ୍ଠୀ ର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକେ ଘଟଣାସ୍ଥଳ ରେ ଏକତ୍ରିତ ହୋଇ ଯାଇ ଉଭୟ ଉଭୟ ଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ରେ ସେଦିନ ୨୧ ଜଣ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ।  ଉଭୟ ଗୋଷ୍ଠୀ ର ଲୋକେ ଠାକୁରମୁଣ୍ଡା- ଉଦଳା ରାସ୍ତା ର ଚମ୍ପାଝର ନିକଟ ରେ ପୃଥକ ପୃଥକ ସ୍ଥାନରେ  ୪ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ପ୍ରଶାସନ ପକ୍ଷରୁ ଜମି ମାପ ହେବା ନେଇ ପ୍ରତିଶ୍ରୁତି ପରେ ସେ ଦିନ ରାସ୍ତାରୋକ ହଟିଥିଲା। ଉଭୟ ପକ୍ଷ ଏନେଇ ମହୁଲଡ଼ିହା ଥାନାରେ ମାମଲା ରୁଜ୍ଜୁ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories