www.samajalive.in
Friday, December 5, 2025
20.1 C
Bhubaneswar

ସୁନା ଖଣିରେ ଭୂସ୍ଖଳନ ; ୧୨ ମୃତ, ୧୮ ନିଖୋଜ..

ନୂଆଦିଲ୍ଲୀ : ଅନେକ ଦିନ ଧରି ପ୍ରବଳ ବର୍ଷା ଲାଗି ରହିବା କାରଣରୁ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ସୋମବାର ସାମ୍ନାକୁ ଆସିଛି। ଏଠାରେ ସୁଲାୱେସି ଦ୍ୱୀପରେ ପ୍ରବଳ ବର୍ଷା ହେତୁ ଏକ ବେଆଇନ ସୁନା ଖଣିରେ ଭୂସ୍ଖଳନ ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ଅନ୍ୟ ୧୮ ଜଣଙ୍କ କୌଣସି ପତ୍ତା ମିଳିପାରି ନାହିଁ।

ମିଳିଥିବା ସୂଚନାନୁଯାୟୀ, ରବିବାର ସକାଳେ ଗୋରୋଣ୍ଟାଲୋ ପ୍ରଦେଶର ସୁମାୱା ଜିଲ୍ଲା ଭୂସ୍ଖଳନରେ ଏକ ବେଆଇନ ଖଣି ନିକଟରେ ରହୁଥିବା ଖଣି ମାଲିକ ଏବଂ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମାଟି ତଳେ ପୋତି ହୋଇଥିବା ପାଞ୍ଚ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାରକାରୀ ଦଳ ସୋମବାର ନିଖୋଜ ୧୮ ଜଣଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

- Advertisement -

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଜାତୀୟ ଉଦ୍ଧାରକାରୀ ଦଳ, ପୁଲିସ ଏବଂ ସେନା କର୍ମଚାରୀଙ୍କ ସମେତ ୧୬୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉଦ୍ଧାରକାରୀମାନଙ୍କୁ ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୨୦ କିଲୋମିଟର ଦୂରତା ଅର୍ଥାତ୍ ୧୨.୪୩ ମାଇଲ୍ ଦୂରତା ଅତିକ୍ରମ କରିବାକୁ ପଡିବ। ଏଠାରେ ରାସ୍ତାରେ କାଦୁଅ ଏବଂ ଏହି ଅଞ୍ଚଳରେ ଲଗାତାର ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି।

https://samajalive.in/viral-video-story-23/576468.html

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories