‘ଢୋଲ ଭିତରେ ମୂଷା ରହିଲେ, ଆମେ ହାରିଲୁ’: ପରାଜୟ ପରେ ଏମିତି କହିଲେ ସମ୍ବିତ୍

ଭୁବନେଶ୍ବର : ନିର୍ବାଚନ ଫଳାଫଳ ଆସିବାର ମାସକ ପରେ ଗଣମାଧ୍ୟମରେ ବିସ୍ଫୋରକ ବୟାନ ରଖିଛନ୍ତି ପାରାଦ୍ବୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ବିଜେଡିର ପରାଜୟ ପଛରେ ଦଳୀୟ ମୂଷା ଭୂମିକା କଥା ସେ କହିଛନ୍ତି। ସମ୍ବିତ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହାରିନାହାନ୍ତି ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି। ଢୋଲ ଭିତରେ ମୂଷା ରହିଲେ ସେଥିପାଇଁ ଆମେ ହାରିଲୁ। ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ ହେବାର ଆଶଙ୍କା ରହିଛି। ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି। ପଞ୍ଚାୟତ ପିଛା ୫୦ ଲକ୍ଷ ଲେଖାଏଁ ଦେଲେ ନବୀନ ପଟ୍ଟନାୟକ। ପୂରା ଭଣ୍ଡାର ଖୋଲିଦେଲେ। ତଥାପି ଲୋକ ଆମକୁ ହରାଇଲେ। ଏହାର ଅନେକ କାରଣ ଅଛି। ଅନ୍ୟପଟେ ହାରିବାର କାରଣ ପାଣ୍ଡିଆନ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଯେ, ଅନେକ କାରଣ ଅଛି ହୁଏ ତ ଏଇଟା ବି ଥାଇପାରେ। ଏବେ ବିଜେପି ସରକାର ରାଜ୍ୟରେ ଅଛି, ଲୋକଙ୍କ ପାଇଁ କିପରି ଭଲ କାମ କରିବେ; ତାହା ଦେଖିବାକୁ ହେବ। ବିଜେଡି ପ୍ରମୁଖ ବିରୋଧୀ ଦଳ ହୋଇସାରିଛି। ପରାଜୟ କାରଣ ନେଇ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

Comments are closed.