www.samajalive.in
Saturday, December 6, 2025
16.1 C
Bhubaneswar

ବିଜେଡି ସଂଗଠନରେ ନବକଳେବର : ସନ୍ତୃପ୍ତ ମିଶ୍ର ହେଲେ ବିଜେଡି ସଭାପତିଙ୍କ ରାଜନୈତିକ ସଚିବ

ଭୁବନେଶ୍ବର : ନିର୍ବାଚନରେ ପରାଜୟର ମାସକ ପରେ ବିଜେଡିରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ରଥଯାତ୍ରାରୁ ବିଜେଡିର ନବକଳେବର ଆରମ୍ଭ ହୋଇଛି। ସମସ୍ତ ରାଜ୍ୟ କମିଟିକୁ ଦଳ ସଭାପତି ନବୀନ ପଟ୍ଟନାୟକ ଭାଙ୍ଗିଦେଇଛନ୍ତି। ଏଥିସହ ରାଜ୍ୟ ପଦାଧିକାରୀଙ୍କୁ ହଟାଇ ଦିଆଯାଇଛି। ଖୁବଶୀଘ୍ର ନୂତନ ରାଜ୍ୟ କମିଟି ଗଠନ ସହ ପଦାଧିକାରୀ ନିଯୁକ୍ତ ହେବେ। ତେବେ ଜିଲାସ୍ତରୀୟ କମିଟି ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ୫ ଜଣଙ୍କୁ ଜାତୀୟ ଓ ୧୪ ଜଣଙ୍କୁ ରାଜ୍ୟସ୍ତରରେ ମୁଖପାତ୍ର ଦାୟିତ୍ବ ଦିଆଯାଇଛି। ଦଳ ଅଭିଜ୍ଞଙ୍କୁ ନେଇ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ମୁଖପାତ୍ର ଟିମ୍ ଗଠନ କରିଛି। ଯେଉଁଥିରେ ବରିଷ୍ଠଙ୍କୁ ଗୁରୁତ୍ୱ ଦିଆଯାଇଛି। ପୂର୍ବରୁ ଦଳର ଯେଉଁମାନେ ମୁଖପାତ୍ର ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରେ ଥିବା ପ୍ରାୟ ସଦସ୍ୟଙ୍କୁ ଏହି ଟିମରୁ ଅବ୍ୟାହତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ନିର୍ଦେଶନାମା ଅନୁସାରେ, ଡ. ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୁକାନ୍ତ କୁମାର ପଣ୍ଡାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଲୋକସମ୍ପର୍କ ଅଧିକାରୀ (ପିଆରଓ) ଭାବେ ନିଯୁକ୍ତି ଦିଆଯାଇଛି। ୫ ଜଣ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ଡ. ସଂତୃପ୍ତ ମିଶ୍ର, କଳିକେଶ ନାରାୟଣ ସିଂଦେଓ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ପ୍ରଦୀପ କୁମାର ମାଝୀ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ତୁଲାଇବେ। ସେହିଭଳି ୧୪ ଜଣଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର ଭାବେ ଦଳ ଦାୟିତ୍ବ ପ୍ରଦାନ କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କୁମାର ଦେବ, ଡ. ଅରୁଣ କୁମାର ସାହୁ, ଦିବ୍ୟଶଙ୍କର ମିଶ୍ର, ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀମୟୀ ମିଶ୍ର, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଡି, ସୁଲତା ଦେଓ, ରମେଶ ଚନ୍ଦ୍ର ମାଝୀ, ଭୃଗୁ ବକ୍ସିପାତ୍ର ଓ ଡ. ଲେନିନ ମହାନ୍ତି। ଏହାସହ ବରିଷ୍ଠ ନେତା ପ୍ରତାପ ଜେନା ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବାବେଳେ ସ୍ବୟଂ ପ୍ରକାଶ ମହାପାତ୍ରଙ୍କୁ ସାମାଜିକ ଗଣମାଧ୍ୟମ ସଂଯୋଜକ ଦାୟିତ୍ବ ମିଳିଛି। ଡ. ଲେନିନ ମହାନ୍ତି ଓ ଡ. ପ୍ରିୟବ୍ରତ ମାଝୀଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ଦଳ ନିଯୁକ୍ତ କରିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories