www.samajalive.in
Monday, December 8, 2025
17.1 C
Bhubaneswar

ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭ା୭: ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳା ଆୟୋଗଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ମହୁଆ ସୋସିଆଲ ମିଡିଆ ‘ଏକ୍ସ’ରେ କରିଥିବା ପୋଷ୍ଟରେ ରେଖାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେଣୁ ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ୍ ଅପରେସନ (ଆଇଏଫ୍ଏସଓ) ଏହି ଘଟଣା ଉପରେ ତଦନ୍ତ କରିବ। ଗୁରୁବାର ରେଖା ଶର୍ମା ହାଥ୍‌ରସ ଦଳାଚକଟା ଘଟଣାସ୍ଥଳ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ରେଖାଙ୍କ ମୁଣ୍ଡ ଉପରେ ଜଣେ ବ୍ୟକ୍ତି ଛତା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରାଯାଇଥିଲାବେଳେ ଲୋକେ ନାନା ପ୍ରକାର ମନ୍ତବ୍ୟ ଦେଇଥିଲେ। ଭିଡିଓ ଉପରେ ନିଜର ପ୍ରତିକ୍ରିୟା ରଖି ମହୁଆ ଲେଖିଥିଲେ ‘ ସେ (ରେଖା ଶର୍ମା) ତାଙ୍କ ବସ୍ (ମାଲିକ)ଙ୍କ ପାଇଜାମା ଧରିବାରେ ବ୍ୟସ୍ତ। ତେଣୁ ନିଜ ପାଇଁ ଛତା ଧରିବାକୁ ତାଙ୍କ ପାଖେ ସମୟ ନାହିଁ।’ ଦିଲ୍ଲୀ ପୁଲିସର ଏତଲା ଉପରେ ଜବାବ ଦେଇଛନ୍ତି ମହୁଆ। ରବିବାର ମହୁଆ କହିଛନ୍ତି ଯେ ସେ ଏବେ ପଶ୍ଚିମବଙ୍ଗର ନଦିଆରେ ଅଛନ୍ତି। ଦିଲ୍ଲୀ ପୁଲିସ ନଦିଆ ଆସି ତାଙ୍କୁ ଗିରଫ କରୁ ବୋଲି ମହୁଆ ଆହ୍ବାନ ଦେଇଛନ୍ତି। ମହୁଆ କହିଛନ୍ତି ଯେ ରେଖା ଶର୍ମା ଜଣେ ଏକାଧିକ ଅପରାଧରେ ଜଡିତ। ତେଣୁ ତାଙ୍କ ବିରୋଧରେ ପ୍ରଥମେ ଏତଲା ଦାୟର କରାଯାଉ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories