ଆଜି ବହୁମତ ସାବ୍ୟସ୍ତ କରିବେ ହେମନ୍ତ ସୋରେନ
ଶପଥ ନେବେ ନୂଆ କ୍ୟାବିନେଟ ମନ୍ତ୍ରୀ
ଝାଡଖଣ୍ଡ: ବିଧାନସଭାରେ ବହୁମତର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆଜି ସକାଳ ୧୧ଟାରେ ବହୁମତର ପ୍ରମାଣ ଉପସ୍ଥାପନ କରିବେ । ଗୃହରେ ବହୁମତ ସାବ୍ୟସ୍ତ ପରେ ହେମନ୍ତ ସୋରେନ କ୍ୟାବିନେଟ ମନ୍ତ୍ରୀମାନେ ରାଜଭବନରେ ଅପରାହ୍ନ ୩ଟା ୩୦ ମିନିଟରେ ଶପଥ ଗ୍ରହଣ କରିପାରନ୍ତି । ତେବେ କେଉଁମାନେ ମନ୍ତ୍ରୀ ହେବେ ସେନେଇ ଶାସକ ଦଳରେ କଳ୍ପନାଜଳ୍ପନା ଲାଗି ରହିଛି । ଏଥର କ୍ୟାବିନେଟରେ କିଛି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ୬-୪-୧ ଫର୍ମୁଲାରେ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି । ଅର୍ଥାତ ହେମନ୍ତଙ୍କ କ୍ୟାବିନେଟରେ ୬ଟି ଜେଏମଏମ ବିଧାୟକ ଓ ୪କଂଗ୍ରେସ ବିଧାୟକ ଏବଂ ୧ଆରଜେଡି ବିଧାୟକଙ୍କୁ ସାମିଲ କରାଯାଇପାରେ ।
Comments are closed.