www.samajalive.in
Sunday, December 7, 2025
26.1 C
Bhubaneswar

ରାଜନୀତିର ସବୁଠୁ ସୁନ୍ଦର ଚିତ୍ର: ନବୀନଙ୍କୁ ମଞ୍ଚ ଉପରକୁ ନେଲେ ଧର୍ମେନ୍ଦ୍ର, ଭିଡିଓ ଦେଖି ଲୋକେ କରୁଛନ୍ତି ପ୍ରଶଂସା

ସମାଜ ଡିଜିଟାଲ ଡେସ୍କ: ରାଜନୈତିକ ଆରୋପ ପ୍ରତ୍ୟାରୋପ ଏବଂ ଅନ୍ୟ ଦଳକୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ରାଜନେତାମାନଙ୍କ ବୟାନ ଶୁଣି ଶୁଣି ଯଦି ଥକି ଗଲେଣି, ତେବେ ଏହି ଖବର ଆପଣଙ୍କ ପାଇଁ। ବର୍ତ୍ତମାନ ସମୟରେ ଯେତେବେଳେ ରାଜନୈତିକ ମୂଲ୍ୟବୋଧ ରସାଳତକୁ ଗଲାଣି, ସେ ସମୟରେ କିଛି ରାଜନେତାଙ୍କ ଆଚରଣ ହୃଦୟକୁ ସ୍ପର୍ଶ କରିଥାଏ ଏବଂ ଏହା ଅନ୍ୟ ରାଜନେତାମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ ପାଲଟିଯାଏ। ଏମିତି କିଛି ଘଟିଛି ଚଳିତ ପୁରୀ ରଥଯାତ୍ରାରେ। ଯେଉଁଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କ ବ୍ୟବହାରକୁ ନେଇ ପ୍ରଶଂସିତ ହେଉଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି।

- Advertisement -

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରବିବାର ପୁରୀରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ପାଇଁ ମଞ୍ଚ ତିଆରି ହୋଇଥିଲା। ସେଠାରେ ରାଷ୍ଟ୍ରପତି, ରାଜ୍ୟପାଳ ରଘୁବାର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସି ରଥାଯାତ୍ରା ଦେଖୁଥିବା ସୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚ ନିକଟରେ ପହଞ୍ଚିଥିଲେ ଏବଂ ମଞ୍ଚ ତଳେ ଠିଆ ହୋଇ ହାତଯୋଡ଼ି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏହା ଦେଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରୁ ତଳକୁ ଆସି ନବୀନ ପଟ୍ଟନାୟକଙ୍କୁ ନିଜ ସହ ମଞ୍ଚକୁ ନେଇଥିଲେ।

ଆୟୁଷ୍ମାନ ଭାରତ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ, ୫ ନୁହେଁ ଏଥର ୧୦ ଲକ୍ଷ..

ରାଜନୀତିରେ କ୍ଷମତା ବଦଳିବା ସହ ଆଚରଣ ମଧ୍ୟ ବଦଳିଯାଏ, କିନ୍ତୁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ଧର୍ମେନ୍ଦ୍ର କେବଳ ବୁଝିନାହାନ୍ତି ବରଂ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ରାଜନୀତି ସବୁ ସ୍ଥାନରେ ସେମିତି ନୁହେଁ, ଯେମିତି ଏହା ବାହାରୁ ଦେଖାଯାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories