www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ୱେତପଦ୍ମାଙ୍କ ମଣ୍ଡଳ ଚିତ୍ରକଳାରେ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’

କେନ୍ଦୁଝରଗଡ: ପବିତ୍ର ଘୋଷଯାତ୍ରା ଅବସରରେ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ କେନ୍ଦୁଝର ବ୍ରାହ୍ମଣୀଗାଁର ଝିଅ ଶ୍ୱେତପଦ୍ମା ତାଙ୍କ ମଣ୍ଡଳ ଚିତ୍ରକଳାରେ ସ୍ଥାନ ଦେଇଛନ୍ତି। ପିଲା ଦିନରୁ ଚିତ୍ରକଳା ପ୍ରତି ଆଗ୍ରହ ରଖିଥିବା ଶ୍ୱେତପଦ୍ମା ବିଜ୍ଞାନରେ ସ୍ନାତ୍ତକ ଶିକ୍ଷା ଲାଭ ପରେ ଇତିହାସରେ ସ୍ନାତ୍ତକୋତ୍ତର ଓ ବିଇଡି ଶିକ୍ଷା ଲାଭ ପରେ ସ୍ନାୟୁ ରୋଗରେ ପୀଡିତ ହୋଇ ସ୍ୱଳ୍ପ ଦୃଷ୍ଟଶକ୍ତିବାଧିତ ହେବା ପରଠାରୁ ଘରେ ରହି ମଣ୍ଡଳ ଚିତ୍ରକଳା ପ୍ରତି ନିଜର ଆଗ୍ରହ ପ୍ରକଟ କରିଥିଲେ। ପବିତ୍ର ରଥଯାତ୍ରା ଉପଲକ୍ଷେ ତାଙ୍କ ଦ୍ୱାରା ମଣ୍ଡଳ ଚିତ୍ରକଳାରେ ସ୍ଥାନ ପାଇଥିବା ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ପ୍ରସ୍ତୁତ କରିବାରେ ତାଙ୍କୁ ୨୫ଘଣ୍ଟା ସମୟ ଲାଗିଥିବା ସେ କହନ୍ତି। ଏଥିପାଇଁ ସେ ଥିକ୍‌ ଆର୍ଟ ପେପର, ଆର୍ଟ ପେନ ଓ ଆକ୍ରାଲିକ୍‌ ରଙ୍ଗ ବ୍ୟବହାର କରିଥିବା କହନ୍ତି। ଏହାପୂର୍ବରୁ ଶ୍ୱେତପଦ୍ମାଙ୍କ ବହୁ ମଣ୍ଡଳ ଚିତ୍ରକଳା ବିଭିନ୍ନ ସମୟରେ ଆଦୃତ ଲାଭ କରିଥିବା ବେଳେ ସେ ଓଡିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଚିତ୍ରକୁ ମଣ୍ଡଳ ଚିତ୍ରକାଳରେ ଆଙ୍କି ରାଜଭବନରେ ଭେଟି ଉପହାର ଦେଇ ବେଶ୍‌ ଚର୍ଚ୍ଚାରେ ରହିଆସିଥିଲେ। ଉଚ୍ଚଶିକ୍ଷା ଲାଭ ସତ୍ତ୍ୱେ ଶାରିରୀକ ଅସୁସ୍ଥତା କାରଣରୁ ସେ ଚାକିରିରେ ଯୋଗଦେଇ ପାରୁନଥିଲେ ହେଁ ଦୃଢ଼ ମନୋବଳ ଓ ଇଶ୍ୱରଙ୍କ ବିଶ୍ୱାସକୁ ପାଥେୟ କରି ନିଜର ସାଧନା ଜାରି ରଖିଥିବା କହିଛନ୍ତି। ତେବେ ତାଙ୍କ ଦ୍ୱାରା ମଣ୍ଡଳ ଚିତ୍ରକଳାରେ ଅଙ୍କିତ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ‘ନନ୍ଦିଘୋଷ’କୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ଦିଆଯିବା ନେଇ ସେ ବେଶ୍‌ ଆଶାବାଦୀ ଅଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories