www.samajalive.in
Sunday, December 7, 2025
26.1 C
Bhubaneswar

ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀ ହେବେ ଷ୍ଟେଟ ବ୍ୟାଙ୍କର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆଗାମୀ ଅଧ୍ୟକ୍ଷ ରୂପେ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କ ନାଁ ସୁପାରିଶ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଥିବା ଫାଇନାନ୍ସିଆଲ ସର୍ଭିସେଜ୍ ଇନଷ୍ଟିଚ୍ୟୁସନ ବ୍ୟୁରୋ(FSIB) କହିଛି କି ବର୍ତ୍ତମାନର ମାପଦଣ୍ଡ ଏବଂ ତାଙ୍କ ଅଭିଜ୍ଞତାକୁ ନଜରରେ ରଖି ବ୍ୟୁରୋ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରୂପେ ଚଲ୍ଲା ଶ୍ରୀନିବାସୁଲୁ ଶେଟ୍ଟୀଙ୍କ ନାଁ ସୁପାରିଶ କରିଛି । ଶେଟ୍ଟୀଙ୍କ ପାଖରେ ଷ୍ଟେଟ ବ୍ୟାଙ୍କରେ କାମ କରିବାର ୩୬ ବର୍ଷର ଅଭିଜ୍ଞତା ରହିଛି । ସେ ବର୍ତ୍ତମାନ ଅନ୍ତର୍ଜାତୀୟ ବ୍ୟାଙ୍କିଂ, ଗ୍ଲୋବାଲ ମାର୍କେଟ୍ ଏବଂ ଟେକ୍ନୋଲୋଜି ବିଭାଗର କାର୍ଯ୍ୟଭାର ସମ୍ଭାଳୁଛନ୍ତି । ବ୍ୟାଙ୍କର ବର୍ତ୍ତମାନ ଅଧ୍ୟକ୍ଷ ଦିନେଶ ଖାରା ୬୩ ବର୍ଷ ହେବା ପରେ ୨୮ ଅଗଷ୍ଟରେ ଅବସର ନେବେ ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ । ଷ୍ଟେଟ୍ ବ୍ୟାଙ୍କର ସରକାରଙ୍କ ୫୬.୯୨ ପ୍ରତିଶତ ଭାଗିଦାରୀ ରହିଛି । ୧ ଜୁଲାଇ ୧୯୫୫ର ଏହା ସ୍ଥାପନ ହୋଇଥିଲା । ବ୍ୟାଙ୍କର ମୁଖ୍ୟାଳୟ ମୁମ୍ବାଇରେ ଅଛି । ଏକ ଚତୁର୍ଥାଶଂ ବଜାର ଭାଗିଦାରୀ ସହିତ ଏହାର ୨୨,୪୦୫ରୁ ଅଧିକ ବ୍ରାଞ୍ଚ ଏବଂ ୪୮ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି । ବ୍ୟାଙ୍କ ବିଶ୍ବର ୨୯ ଦେଶରେ କାମ କରୁଛି । ଭାରତ ବାହାରେ ଏହାର ୨୩୫ ବ୍ରାଞ୍ଚ ରହିଛି ।

ମୁଁ ମୋ ମା’ଙ୍କ ନାମରେ ଗଛ ଲଗାଇଛି – ନରେନ୍ଦ୍ର ମୋଦୀ

- Advertisement -

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories