www.samajalive.in
Saturday, December 6, 2025
26.1 C
Bhubaneswar

ଆଦାନୀ ଓ୍ବନ୍‌ ଆପ୍: ବିମାନ ବୁକିଂ ଓ ବିଜୁଳି ବିଲ୍‌ ପୈଠ ଉପରେ ଜବରଦସ୍ତ ଅଫର

ସମାଜ ଡିଜିଟାଲ ଡେସ୍କ: ଦେଶର ଜଣାଶୁଣା ବ୍ୟବସାୟୀ ଗୌତମ ଆଦାନୀ କିଛି ବର୍ଷ ପୂର୍ବେ ଆପ୍ ଜଗତରେ ପାଦ ଥାପିଥିଲେ। ବର୍ତ୍ତମାନ ସମସ୍ତ କମ୍ପାନୀ ସୁପର ଆପ୍‌କୁ ଛାଡ଼ି ମଲ୍ଟି ସର୍ଭିସ୍ ପ୍ଲାଟଫର୍ମ ଉପରେ ଧ୍ୟାନ ଦେଉଛନ୍ତି। ଏମିତି ଏକ ଗୌତମ ଆଦାନୀଙ୍କର ମଧ୍ୟ ଅଛି। ଏହି ଆପ୍‌ର ନାଁ ହେଉଛି ଆଦାନୀ ଓ୍ବନ୍‌। ଏବେ ଏହି ଆପ୍‌ରେ ମିଳୁଛି ଜବରଦସ୍ତ ଅଫର।

ଏହି ଆପ୍ ସାହାଯ୍ୟରେ ଆପଣ ବିମାନ, ଟ୍ରେନ୍‌ ଟିକେଟ୍‌ ବୁକିଂ ମଧ୍ୟ କରିପାରିବେ। ଏବେ ଯଦି ଆପଣ ଏହି ଆପ୍‌ ସାହାଯ୍ୟରେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିବେ, ତେବେ ୫ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏଥିସହ ବିଜୁଳି ବିଲ୍‌ ପୈଠ କଲେ କ୍ୟାସ୍‌ବ୍ୟାକ୍‌ ଅଫର ମିଳୁଛି। ଅର୍ଥାତ୍ ଗୋଟିଏ ରିଚାର୍ଜ କରି ଆପଣ ବଡ଼ ଲାଭ ପାଇପାରିବେ। ଏହା ସହିତ ଏଥିରେ ପ୍ରିପେଡ୍ ରିଚାର୍ଜ ଅଫର୍ ଦିଆଯାଉଛି।

- Advertisement -

ଏକ ମଲ୍ଟି ଟାସ୍କିଂ ଆପ୍ ହୋଇଥିବାରୁ ଏଥିରେ କ୍ୟାବ୍ ବୁକ୍ କରିବାର ଅପ୍ସନ୍‌ ମଧ୍ୟ ଦିଆଯାଇଛି। ଏହାର ଅର୍ଥ ଆପଣଙ୍କୁ କ୍ୟାବ୍ ବୁକିଂ ପାଇଁ ଅନ୍ୟ କୌଣସି ଆପ୍‌କୁ ଯିବା ଆବଶ୍ୟକ ନାହିଁ।

ଆଦାନୀ ଓ୍ବନ୍‌ ଆପ୍ ବିଷୟରେ କହିବାକୁ ଗଲେ, ଏହାକୁ ୨୦୨୩ରେ ଲଞ୍ଚ୍‌ କରାଯାଇଥିଲା। ସମ୍ପ୍ରତି ଏହାର ୩୦ ମିଲିୟନ ବ୍ୟବହାରକାରୀ ଅଛନ୍ତି। ଏହାର ବ୍ୟବହାରକାରୀଙ୍କୁ ୧୬ ଗୁଣ ବୃଦ୍ଧି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଅର୍ଥାତ୍‌ କମ୍ପାନୀ ଆସନ୍ତା ୬ ବର୍ଷରେ ବ୍ୟବହାରକାରୀଙ୍କ ସଂଖ୍ୟା ୫୦୦ମିଲିୟନ କରିବାକୁ ଚାହୁଁଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories